ନୟାଗଡ଼, (ଓଡ଼ିଶା ଲେଖା): ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନରେ ଆସିଥିଲେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ। ଅନ୍ତେବାସୀଙ୍କ ଭଲମନ୍ଦ ଟିକିନିଖି କରି ବୁଝିବା ସହ ସେମାନଙ୍କ ସହ ଅନେକ ସମୟ ବିତାଇଥିଲେ ଜିଲ୍ଲାପାଳ । ସମସ୍ତଙ୍କୁ ହସ ଖୁସିରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ସମର୍ପଣରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ।

ଜିଲ୍ଲାପାଳଙ୍କ ସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ, ସମର୍ପଣ କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି ଏବଂ ସଭ୍ୟ ଧିରେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଅନ୍ତେବାସୀ ମାନେ ସାମୁହିକ ଭାବେ ଜିଲ୍ଲାପାଳଙ୍କ ମଙ୍ଗଳକାମନା କରିଥିଲେ । ମୁଁ ପୁଣିଥରେ ଆସି ଅନ୍ତେବାସୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଶ୍ରୀମତୀ ରଥ କଥା ଦେଇ ଫେରିଛନ୍ତି। ଜିଲ୍ଲାପାଳଙ୍କ ଏହି ଦୁଇ ପଦ କଥା ଅନ୍ତେବାସୀଙ୍କ ହୃଦୟକୁ ଛୁଇଁ ପାରିଛି।


