ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ରାଜସ୍ଵ ବଢ଼ି ଚାଲିଥିବା ବେଳେ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ମିଳିଛି କଡ଼ା ତାଗିଦ୍। ଚାରି ପାଞ୍ଚ ଦିନ ଭିତରେ ରାଜସ୍ୱ ମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ଓ ପରେ ପରେ ରାଜସ୍ୱ ବିଭାଗର ଅତିରିକ୍ତ ସଚିବଙ୍କ ଗସ୍ତ ପରେ ଆକ୍ସନ ମୁଡକୁ ଓହ୍ଲାଇଛନ୍ତି ନୟାଗଡ଼ ତହସିଲଦାର। ଗାଁ ଗାଁରେ ଚାଲିଥିବା ବେଆଇନ ଇଟାଭାଟି ଉପରେ ଉପରେ ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କଞ୍ଚା ଇଟାକୁ ଜେସିବି ମେସିନ ମାଧ୍ୟମରେ ମାଟିରେ ମିଶେଇ ଦେଇଥିବା ଦେଖିବାକୁ ମିଳିଛି। ତେବେ ଆଉ ଗୋଟିଏ ପଟେ ମୁଣ୍ଡ ଝାଳ ତୁଣ୍ଡରେ ମାରି, ନିଜକୁ ମାଟିରେ ମିଶେଇ ଇଟା ପକାଇଥିବା ଶ୍ରମିକ ମାନେ କଇଁ କଇଁ କାନ୍ଦୁଥିବ ଦେଖିବାକୁ ମିଳିଛି। ଏମିତିକି ଶ୍ରମିକ ମାନଙ୍କର ମାସ ମାସର ପରିଶ୍ରମକୁ ପ୍ରଶାସନ କ୍ଷଣିକେ ମାଟିରେ ମିସେଇଦେଇଥିଲା। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମାଟି ସହ ମାଟି ହୋଇ କାର୍ଯ୍ୟକରି ଆସୁଥିବା ଶ୍ରମିକ ମାନେ। ହଁ ଆଜ୍ଞା କିଛିଦିନ ତଳେ ନୟାଗଡ଼ ତହସିଲଦାର୍ ରାଜେଶ କେଶରୀ ସ୍ୱାଇଁ ଓହ୍ଲାଇଛନ୍ତି ଆକ୍ସନ ମୁଡ଼କୁ। ନୟାଗଡ଼ ତହସିଲ ଅନ୍ତର୍ଗତ ଥିବା ନୋତର, ଇକିରି ପଂଚାୟତ ଅଧିନରେ ଥିବା ବିଭିନ୍ନ ଗାଁର କିଛି ଜନସାଧାରଣ ଇଟା ପକାଇ ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ପ୍ରଶାସନର ବର୍ବରତା ଶ୍ରମିକ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିନା ନୋଟିସ୍ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମାଟି ଶ୍ରମିକର ମେରୁ ଦଣ୍ଡ ଭାଙ୍ଗି ଦେଇଛି। ତେବେ ଗତ ବର୍ଷ ଉକ୍ତ ଅଞ୍ଚଳ ଗୁଡ଼ିକରେ ଇଟା ଭାଟି ପ୍ରସ୍ତୁତ କରାଯାଉ ଥିବା ବେଳେ ମଧ୍ୟ ଜିଲ୍ଲାରେ ପ୍ରଦୂଷଣ ମୁକ୍ତ ଭାବେ ପ୍ରଦୂଷଣ ବୋର୍ଡ ନୟାଗଡ଼କୁ ମାନ୍ୟତା ଦେଇଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ କାହା ଇଙ୍ଗିତ କରାଯାଉଛି ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁଠି ବଡ଼ ବଡ଼ ପଥର ବ୍ଲାଷ୍ଟିଂ କରି ଓ କଳ କାରଖାନା କରି ପ୍ରଦୂଷଣ କରୁଥିବା ବେଳେ ସରକାରୀ ବାବୁ ମାନେ ତାଙ୍କ ଦେହରେ ହାତ ମାରୁନଥିବା ଓ ଚଢାଉ କରାଯାଉନଥିବା ଯୋଗୁଁ ପ୍ରଶାସନ ଉପରେ କେଉଁଠି ନା କେଉଁଠି ସନ୍ଦେହ ସୃଷ୍ଟି କରୁଛି। କିଛି ଶ୍ରମିକ ମଧ୍ୟ ତହସିଲଦାରଙ୍କ ଏଭଳି ପଦକ୍ଷେପକୁ ସ୍ଵାଗତ କରିଛନ୍ତି କିନ୍ତୁ ମାଟି ଶ୍ରମିକ ମାନଙ୍କ ଛାଡ଼ି ଖଣି ମାଫିଆ ଓ କଳକାରଖାନାରେ ଧୁଆଁରେ ପ୍ରଦୂଷଣ ହେଉଥିବା କଳକାରଖାନାରେ ଚଢ଼ାଉ କରାଗଲେ ଭଲ ହୁଅନ୍ତା ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ନୟାଗଡ଼ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କି କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।


