ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଜିଲ୍ଲାପାଳ ଦତ୍ତାତ୍ରାୟ ଭାଉସାହେବ ସିନ୍ଧେଙ୍କ ମିଳିତ ଜନଶୁଣାଣୀ ଅଭିଯୋଗ ପଂଚାୟତସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଦତ୍ତାତ୍ରାୟ ଭାଉସାହେବ ସିନ୍ଧେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ଅଭିଯୋଗ ଶୁଣାଣି ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଥିବାବେଳେ ୧୪୬ଟି ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ମାତ୍ର ୫ଟି ସମାଧାନ ହୋଇଥିଲା।

ତା ସହ ପୁରୁଣା ତହସିଲ କାର୍ଯାଳୟ କୁ ପୁନଃ ଉଦ୍ଧାର କରିବାନେମନ୍ତେ କଥା ହେବା ସହ ନୂଆ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସିନ୍ଧେ, ଉପ ଜିଲ୍ଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା, ସ୍ଥାନୀୟ ତହସିଲଦାର ଅମ୍ରିତା ସାହୁ, ନରସିଂହପୁର ମଣ୍ଡଳ ଉନୟନ ଅଧିକାରୀ ପ୍ରଳୟାନନ୍ଦ ଶତପଥୀ ଓ ବ୍ଲକ୍ସ୍ତ ସ୍ତରୀୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


