ନୟାଗଡ଼, (ଓଡ଼ିଶ ଲେଖା): ନୌସେନାରେ ନିଯୁକ୍ତ ହୋଇ କିଛି ଏଭଳି କାର୍ଯ୍ୟ କରିଛନ୍ତି, ଯାହାପାଇଁ ନୟାଗଡ଼ ଜିଲ୍ଲା ସାରା ଦେଶରେ ଆଜି ଗୌରବାନିତ ମନେକରୁଛି। ୭୭ତମ ସଧାରଣତନ୍ତ୍ର ଦିବସରେ ପ୍ରେସିଡେଣ୍ଟାଲ ଆୱାର୍ଡ଼ରେ ସାମିଲ ହୋଇଛନ୍ତି। ଏଭଳି କିଛି ସାହସିକତା ଦେଖାଇଛନ୍ତି, ଯେଉଁଥି ପାଇଁ ତାଙ୍କୁ ମିଳିଛି ଉତ୍ତମ ଜୀବନ ରକ୍ଷକ ପଦକ। ସେ ଆଉ କେହି ନୁହନ୍ତି, ନୟାଗଡ଼ ଜିଲ୍ଲା ମାଟିର ପୁଅ ସୌମ୍ୟ ରଞ୍ଜନ ବେହେରା(ଦିପୁ)। ହଁ ଆଜ୍ଞା, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରାସିଂହା ଗାଁର ମକରନ୍ଦ ବେହେରା ଓ ନୟନା ବେହେରାଙ୍କ ସୁପୁତ୍ର ସୌମ୍ୟ ରଞ୍ଜନ ବେହେରା କେନ୍ଦ୍ର ସରକାରଙ୍କ ନୌସେନା କାର୍ଯ୍ୟରତ ଅଛନ୍ତି। ଶ୍ରୀଯୁକ୍ତ ବେହେରା ଗାଁକୁ ଛୁଟିରେ ଆସିଥିବା ବେଳେ ତାଙ୍କ ଗାଁ ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୋକୁଳାନନ୍ଦ ପୀଠକୁ ବୁଲିବାକୁ ଯାଇଥିଲେ। କିନ୍ତୁ ବାହାର ରାଜ୍ୟରୁ କିଛି ଲୋକ ଆସି ମହାନଦୀରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତି ମହାନଦୀ ସୁଅରେ ଭାସି ଯାଇଥିଲେ। ସେଠାରେ ଥିବା ଲୋକ ମାନେ ଚିତ୍କାର କରିଥିଲେ, ସେମାନଙ୍କ ଚିତ୍କାର ଶୁଣି ସୌମ୍ୟ ରଞ୍ଜନ ଓରଫ ଦିପୁ ମହାନଦୀକୁ ଡେଇଁ ମହାନଦୀ ସୁଅରେ ଯାଇ ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିଲେ ଓ ସମୁଦ୍ରରେ ସଙ୍କଟରେ ପଡ଼ିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ସେ ସମୟରେ ସେହି ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ନୟାଗଡ ଜିଲ୍ଲା ମାଟିର ପୁଅ ସୌମ୍ୟରଞ୍ଜନ ବେହେରା ଭାରତୀୟ ନୌସେନାରେ ଏଡଭାନ୍ସ୍ ଲାଇଟ୍ ହେଲିକପ୍ଟର (ରେସ୍କ୍ୟୁ ହେଲିକପ୍ଟର)ରେ ଏୟାର୍ କ୍ରୁ ଡାଇଭର ଭାବେ କାର୍ଯ୍ୟରତ, ତାଙ୍କୁ ଅସାଧାରଣ ସାହସ ପାଇଁ ରାଷ୍ଟ୍ରପତିଙ୍କ ‘ଉତ୍ତମ ଜୀବନ ରକ୍ଷା ପଦକ’ ପ୍ରଦାନ କରାଯାଇଛି। ଅପରେସନ୍ ସମୟରେ ଦେଖାଇଥିବା ଅସାଧାରଣ ସାହସ ଓ ସଚେତନତା ପାଇଁ ତାଙ୍କୁ ଏହି ‘ଉତ୍ତମ ଜୀବନ ରକ୍ଷା ପଦକ’ ସମ୍ମାନ ଦିଆଯାଇଛି। ଏହି ସମ୍ମାନରେ ସମ୍ମାନିତ ହେବା ପରେ ଶ୍ରୀଯୁକ୍ତ ବେହେରାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


