ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ଜିଲ୍ଲା ଶରଣକୁଳ ଆରକ୍ଷୀ ଉପଖଣ୍ଡରେ ଗୋଟିଏ ଦିନରେ ଦୁଇଟି ନାବାଳିକାଙ୍କୁ ରେଫ୍ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗ୍ୟାଙ୍ଗ ରେଫ୍ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଶରଣକୁଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଆଉ ଜଣେ ନାବାଳକ ରେଫ୍ କରି ରକ୍ତାକ୍ତ କରିଦେଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକା ଘର ବାହାରେ ଖେଳୁଥିବା ବେଳେ ପଲେଇ ନାୟକ ନାମକ ଜଣେ ଯୁବକ ଏବଂ ଅନ୍ଯଜଣେ ନାବାଳକ ତାକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେହିପରି ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଛି । ଦୁଇଟି ଘଟଣାରେ ପୋଲିସ ଦୁଇଜଣ ସିସିଏଲ୍ ଏବଂ ଅନ୍ଯଜଣେ ଅଭିଯୁକ୍ତକୁ ରଖି ତଦନ୍ତ ଜାରି ରଖିଥିବା ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିପ୍ତିକାନ୍ତ ପରିଡା ପ୍ରକାଶ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ ଆରମ୍ଭ କରିଛି।

