ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ଥାନାରେ ରବିବାର ଦିନ ଯୋଗ ଦେଇଛନ୍ତି ନୂତନ ଆଇଆଇସି ପ୍ରିୟତମା ପ୍ରଧାନ । କିଛିଦିନ ତଳେ ନୟାଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିବା ବେଳେ ତାଙ୍କୁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ସଦର ଥାନାର ଆଇଆଇସି ଭାବେ ନିଯୁକ୍ତ କରିଥିଲେ । ତେବେ ରବିବାର ଦିନ ନୂତନ ଆଇଆଇସି ଶ୍ରୀମତୀ ପ୍ରଧାନ ସଦର ଥାନାରେ ପହଞ୍ଚି ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେଇ ଆଇଆଇସି ଶରତ କୁମାର ସେଠୀଙ୍କ ସଦର ଥାନାର ଦାୟୀତ୍ଵ ଗ୍ରହଣ କରିଛନ୍ତି । ଦାୟୀତ୍ଵ ଗ୍ରହଣ କରିବା ପରେ ସଦର ଥାନା ଅଞ୍ଚଳରେ ଅପରାଧ ଦମନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।


