ନୟାଗଡ଼, (ଓଡ଼ିଶା ଲେଖା): ଭାରିଯାନ ଓ ମାଲ ବୋଝେଇ ଯାନକୁ କଡ଼ା ତାଗିଦ୍ ଦେଇଛନ୍ତି ଜିଲ୍ଲାପାଳ ଜିଲ୍ଲାପାଳ ମଧୁମିତା ରଥ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ ଟା ରୁ ରାତି ୯ ପର୍ଯ୍ୟନ୍ତ ସହର ଭିତରେ ମାଲବୋଝେଇ ଓ ଭାରିଯାନ ଉପରେ ଲଗାଇଛନ୍ତି ରୋକ୍। ନୟାଗଡ଼ ଟ୍ରାଫିକ ସମସ୍ୟା ଓ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଭାରୀ ମାଲବାହୀ ଯାନଗୁଡ଼ିକ ଦିନବେଳେ ଯାତାୟତ କରୁଛନ୍ତି ଯାହା ନୟାଗଡ଼ ଜିଲ୍ଲାର ପଥଚାରୀ ଏବଂ ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବିଶେଷ କରି ବାଲି, ମୋରମ ଏବଂ ପଥରଖଣ୍ଡ/ ଧାତୁ ବହନ କରୁଥିବା ଟିପର ଭଳି ଯାନଗୁଡ଼ିକ ସାମଗ୍ରୀ ଉପରେ ତାରପୋଲିନ ଘୋଡ଼ାଇ ନ ଥିବାରୁ ଏବଂ ଗାଡ଼ିର ବିଭିନ୍ନ ଫାଙ୍କ ଯୋଗୁଁ ଓଭରଫ୍ଲୋ ହେଉଛି କିମ୍ବା ସେମାନଙ୍କ ଗାଡ଼ିରୁ ସାମଗ୍ରୀ ଲିକ୍ ହେଉଛି ଏବଂ ଏହା ଦ୍ଵାରା ଏପରି ସାମଗ୍ରୀ ଚଲାରାସ୍ତା ଉପରେ ଏକ ସ୍ତର ତିଆରି କରୁଛି ଯାହା ୧୫ରୁ ୪୫ବର୍ଷ ବୟସର ଉତ୍ପାଦନକ୍ଷ ବୟସ ଗୋଷ୍ଠୀରେ ଦୁର୍ଘଟଣା ଏବଂ ପରବର୍ତୀ ମୃତ୍ୟୁର ପ୍ରମୁଖ କାରଣ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ସେମାନଙ୍କ ପରିବାରର ରୋଜଗାରକ୍ଷମ । ତେଣୁ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖ୍, ସଚିବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ମୋଟରଯାନ ଆଇନ୧୯୮୮(୧୯୮୮ର ୫୯)ର ୧୧୫ ସହିତ ଓଡ଼ିଶା ମୋଟରଯାନ ନିୟମ ୧୯୯୩ର ନିୟମ ୧୭୩ସହିତ ପଠିତ, ମୁଁ ଶ୍ରୀମତୀ ମଧୁମିତା ରଥ, ଭା.ପ୍ର.ସେ., ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍, ନୟାଗଡ଼ ଜିଲ୍ଲାର ସମସ୍ତ ରାସ୍ତା ବ୍ୟବହାରକାରୀ ଜନସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଦିନ ସମୟରେ ଅର୍ଥାତ୍ ସକାଳ ୭ଘଟିକା ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସମସ୍ତ ଭାରୀ ମାଲବାହୀ ଯାନ ଚଳାଚଳକୁ ସୀମିତ କରିବା ଆବଶ୍ୟକ ଏବଂ ଅପରାହ୍ନ ୧ଘଟିକା ରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଛାଡ଼ କରାଯିବା ଆବଶ୍ୟକ । ଏହି ବିଜ୍ଞପ୍ତି ତୁରନ୍ତ ତା.୧୦.୦୧.୨୦୨୬ରିଖରୁ ତା.୦୯.୦୨.୨୦୨୬ରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


