ନୟାଗଡ଼, (ଓଡ଼ିଶା ଲେଖା): ବରିଷ୍ଠ ସରକାରୀ ଆଇନଜୀବୀ ଅମିୟ କୁମାର ପଟ୍ଟନାୟକ ଆଉ ନାହାନ୍ତି । ଅକାଳରେ ପରଲୋକ ଘଟିଛି । ତାହା ନୟାଗଡ଼ ଜିଲ୍ଲାର ବହୁ ବ୍ୟକ୍ତିଙ୍କୁ ସ୍ତବ୍ଧ କରି ଦେଇଛି। ସେ ଜଣେ ଆଇନ ବିଶାରଦ ଭାବରେ ବେଶ ପରିଚିତ ହୋଇଥିବା ବେଳେ ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ। ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ୱ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏଡିଜେ କୋର୍ଟରେ ସରକାରୀ ଓକିଲ ଭାବେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିଲେ। ହଠାତ ତାଙ୍କର ଶରୀର ଅସୁସ୍ଥ ହେବା ପରେ ତାଙ୍କୁ ଭୁବନେଶ୍ୱର ମେଡିକାଲ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମର ଶରୀରକୁ ନୟାଗଡ଼ କୋର୍ଟକୁ ଅଣାଯିବା ପରେ ନିଜ ଗାଁ ଖୁଣ୍ଟୁବନ୍ଧକୁ ନିଆଯାଇଥିଲା । ସେଠାରେ ଅନେକ ଲୋକ ତାଙ୍କ ଶେଷ ଦର୍ଶନ କରିଥିଲେ। ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିବା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶୋକ ସନ୍ତପ ପରିବାରକୁ ଭଗବାନ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଶ୍ରୀଯୁକ୍ତ ପଟ୍ଟନାୟକ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱରେ ରହିବା ସହ ଦଳୀୟ ସଂଗଠନକୁ ମଜୁବୁତ୍ କରିଥିଲେ।


