ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗର ଜୟପୁର ସେକ୍ସନ ର ଚତରା ପଦା ଗ୍ରାମ ରେ ଏକ ମାଇ ହାତୀର ମୃତ୍ୟୁ ଘଟିଛି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଳମ୍ବରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଚତରାପଦା ଠାରୁ ବୀରସିହପୁର ଯିବାର ୫୦ ମିଟର ଏକ ନାଳ ପାଖରେ ମାଇ ହାତିଟୀ ମରି ପଡି ଥିବାର ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


