Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସୁଭଦ୍ରା ଶକ୍ତି ମେଳା-୨୦୨୬:ଉଦଘାଟନ ସମାରୋହରେ ଖାଲି ପଡ଼ିଲା ୫୦ଷ୍ଟଲ: ଦୁଇ ଘଣ୍ଟା ବିଳମ୍ବରେ ହେଲା ଉଦ୍ଘାଟନ: ମୁଖ୍ୟ ଅତିଥିଙ୍କ ଭାଷଣ ବେଳକୁ ଚେୟାର ଫାଙ୍କା: ଅତିଥିଙ୍କ ସମୟ ଜ୍ଞାନକୁ ନେଇ ଉଠିଲା ପ୍ରଶ୍ନ ?

Published January 13, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ବେପରୁଆ ନୀତି ପାଇଁ ସୁଭଦ୍ରା ମେଳା ଏକ ପ୍ରହସନ ବୋଲି ଆଲୋଚନା ହେଉଛି । ରାଜ୍ୟ ସରକାର ସୁଭଦ୍ରା ଶକ୍ତି ମେଳା ପାଇଁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦ କରିଛନ୍ତି । ମାତ୍ର ସୁଭଦ୍ରା ଶକ୍ତି ମେଳା ସମ୍ପର୍କରେ ପ୍ରଚାର ଓ ପ୍ରସାର ଅଭାବରୁ ଅନେକ ଷ୍ଟଲ ଖାଲି ପଡ଼ିଥିବା ଦେଖାଯାଇଛି । ପଡ଼ିଆରେ ୧୫୦ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖାଲି ପଡ଼ିଛି । ଏହା ସହିତ ମେଳା ପୂରା ଖାଁ ଖାଁ ଅବସ୍ଥାରେ ଆରମ୍ଭ ହୋଇଛି । ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଉଦଘାଟନ ସମାରୋହ ।

ଉଦଘାଟନ ସଂନ୍ଧ୍ୟାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟିକ ତଥା ବାଚସ୍ପତି ସୁରମା ପାଢ଼ୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଉପସ୍ଥିତ ରହିଥିଲେ । ଅତିଥିମାନେ ସୁଭଦ୍ରା ଶକ୍ତିକୁ ଆହୁରି ସ୍ୱାବଲମ୍ବୀ କରାଯିବା ଉପରେ ବକ୍ତବ୍ୟ ରଖିଥିଲେ । ନୟାଗଡ଼ ଜିଲ୍ଲାରୁ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ବ୍ରାଣ୍ଡିଂ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ପ୍ରଶାସନର ଦୂର ଦୃଷ୍ଟି ଅଭାବ ତଥା ବେପରୁଆ ନୀତି ପାଇଁ ମେଳା ପୂରା ଫିକା ପଡ଼ିଥିବା ଆଲୋଚନା ହେଉଛି । ତେବେ ଗୋଟିଏ ପଟେ ସଭାସମିତିକୁ ଗୁରୁତ୍ବ ଦେଉଥିବା ଯୋଗୁଁ ହଜାର ହଜାର ସଂଖ୍ୟକ ସୁଭଦ୍ରା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ପ୍ରଥମ ଦିନକୁ ଦେଖିବା ତେବେ ସାଢ଼େ ୪ଟା ରେ ଉଦ୍ଘାଟନ ହେବ ବୋଲି ସୁଭଦ୍ରା ମେଳାରେ ମହିଳା ମାନଙ୍କ ଭିଡ଼ ହୋଇଥିଲା । ତେବେ ନେତ୍ରୀ ଓ ନେତାଙ୍କ ସମୟ ଜ୍ଞାନର ଘୋର ଅଭାବ ଯୋଗୁଁ ୨ଘଣ୍ଟା ବିଳମ୍ବରେ ଉଦ୍ଘାଟନ ହୋଇଥିଲା । ତେବେ ଶୀତୁଆ ସନ୍ଧ୍ୟାକୁ ମୁଖ୍ୟଅତିଥି ଭାଷଣ ଦେଲାବେଲକୁ ତଳେ ପଡ଼ିଥିବା ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି ।

ଏଭଳି ଘଟଣାକୁ ନେଇ ପ୍ରଶାସନକୁ ଦାୟୀ କରୁଥିବା ବେଳେ ନେତ୍ରୀଙ୍କ ଚାପରେ ଚେପା ହୋଇ ପାଟି ଖୋଲି ପାରୁନି ଜିଲ୍ଲା ପ୍ରଶାସନ। ଯାହାକି ନେତ୍ରୀଙ୍କ ପାଖରେ ଜିଲ୍ଲା ପ୍ରଶାସନ ବନ୍ଧା ପଡ଼ିଛି ବୋଲି ସୁଭଦ୍ରା ମେଳାରେ ଚର୍ଚ୍ଚା ଜୋର ଧରିଛି ଏବଂ ଏଭଳି ଘଟଣାକୁ ନେଇ ମଧ୍ୟ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଥମ ଦିନରୁ ଅପନିନ୍ଦା ମୁଣ୍ଡାଇଥିବା ସୁଭଦ୍ରା ମେଳା ଆଉ ୬ଦିନ କେମିତି କଟୁଛି ତାହା ଦେଖିବାକୁ ବାକି ରହିଲା ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha January 13, 2026 January 13, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?