ନୟାଗଡ଼, (ଓଡ଼ିଶା ଲେଖା): ଉତ୍କର୍ଷ ଭାପୁର ମହୋତ୍ସବର ଉଦଯାପନୀ ସଂଧ୍ୟାରେ ଘଟିଛି ଅଘଟଣ । ସଭା ଚାଲିଥିବା ବେଳେ ଲାଗିଗଲା ନିଆଁ । ନିଆଁକୁ ଦେଖି ସଭାରୁ ଉଭାନ ହୋଇଗଲେ ଅତିଥି । ହଁ ଆଜ୍ଞା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଉତ୍କର୍ଷ ଭାପୁର ମହୋତ୍ସବରେ । ଗତ କାଲି ଉତ୍କର୍ଷ ଭାପୁର ମହୋତ୍ସବର ଉଦଯାପନୀ ସନ୍ଧ୍ୟା ଥିବା ବେଳେ ସଭା କାର୍ଯ୍ୟରେ ଅତିଥି ମାନଙ୍କ ଉପସ୍ଥିତି ସାଙ୍ଗକୁ ଭାଷଣ ଚାଲିଥିଲା । ତେବେ ଅତିଥିଙ୍କୁ ସ୍ଵାଗତ କରୁଥିବା ବାଣ ଫୁଟାଯାଇଥିଲା । ଆତଶବାଜି ଫୁଟାଇବା ବେଳେ ସେଥିରୁ ନିଆଁ ଆସି ସଭା ଷ୍ଟେଜରେ ପଡ଼ିଥିଲା ଏବଂ ନିଆଁ ଲାଗିଥିଲା । ନିଆଁକୁ ଦେଖି ଅତିଥି ମାନେ ଷ୍ଟେଜରୁ ଉଭାନ ହୋଇଯାଇଥିବା ବେଳେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।


