ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଦୁରୁଦୁରା ପଞ୍ଚାୟତର ଶ୍ରୀବନ୍ତଦେଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ର ସ୍କୁଲ ଆସୁ ନ ଥିବାରୁ ସେମାନଙ୍କୁ ସ୍କୁଲ ଶିକ୍ଷକଙ୍କୁ ନେଇ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧିକାର ମିତ୍ର ବିଷ୍ଣୁ ଚରଣ ପଟ୍ଟନାୟକ, ପ୍ରକାଶ ଦଳେଇ, ଜ୍ୟୋସ୍ନାରାଣୀ ନାଥ, ଅନୁପମା ରାଉତ, ରୋନିତ ଦଳେଇ, ସୁରେନ୍ଦ୍ର ନାୟକ, ଏସ ଇପ୍ସିତା ଦେବଦର୍ଶିନୀଙ୍କ ମାଧ୍ୟମରେ ନୂଆପଲ୍ଲୀର ଅଷ୍ଟମ ଶ୍ରେଣୀର ଛାତ୍ର ରାନୁ ନାୟକ, ରବୀନ୍ଦ୍ର ନାହାକ କରଡ଼ାପଲ୍ଲୀର ସିଲୁ ମହାପାତ୍ରଙ୍କୁ ବହୁ ବୁଝା ସୁଝା କରି ତାଙ୍କ ପରିବାରରେ ବୁଝାଇ ଶ୍ରୀବନ୍ତଦେଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚାଇ ଦିଆଗଲା।

ତିନି ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବାବେଳେ ସବୁଦିନ ଆମେ ସ୍କୁଲ ଆସିବୁ ବଡ଼ ମଣିଷ ହେବୁ ବୋଲି ସ୍କୁଲ ଶିକ୍ଷକଙ୍କୁ କଥା ଦେଇଛନ୍ତି । ଏବଂ DLSA ର ଅଧିକାର ମିତ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ଶିକ୍ଷକ ଏବଂ DLSAର ଅଧିକାର ମିତ୍ରମାନଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।


