ନୟାଗଡ଼, (ଓଡ଼ିଶା ଲେଖା): ଉତ୍କର୍ଷ ମହୋତ୍ସବର ପ୍ରଥମ ଦିନରେ ଦୁର୍ଘଟଣା । ମହୋତ୍ସବ ଦେଖିବାକୁ ଆସୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଉକ୍ତ ଧକ୍କା ଗୁରୁତର ଥିବା ବେଳେ ସ୍ଥାନୀୟ ଲୋକ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବୟସ୍କ ବ୍ୟକ୍ତି ଜଣଙ୍କ ହେଲେ ଶିବ ପ୍ରସାଦ ଜତି(୬୫)। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆଜିଠାରୁ ଉଦଘାଟନ ହୋଇଛି ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ତେବେ ଫତେଗଡ଼ ଥାନା ଶାଳପଡ଼ା ଗ୍ରାମର ବୟସ୍କ ବ୍ୟକ୍ତି ଶିବ ପ୍ରସାଦ ଜତି ମହୋତ୍ସବ ଦେଖିବାକୁ ଯାଇଥିଲେ । ମହୋତ୍ସବ ଦେଖି ଘରକୁ ଫେରୁଥିବା ବେଳେ ଶାଳପଡା ଛକ ନିକଟରେ ଅଜଣା ଗାଡ଼ିରେ ଗୁରୁତର ଭାବେ ପଡି ରହିଥିଲେ। ଲୋକମାନେ ଗୁରୁତର ଭାବେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ଘୋଷଣା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏବଂ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଜଣା ଗାଡ଼ିକୁ ଖୋଜୁଥିବା ଜଣାପଡ଼ିଛି।


