ନରସିଂହପୁର, (ଓଡ଼ିଶା ଲେଖା): ସକାଳର ଦୁଃଖଦ ଘଟଣା । ହଇୱା ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଯୁବକ ଜଣଙ୍କ ହେଲେ ଶୁଶାନ୍ତ ବେହେରା । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଜୟମଙ୍ଗଳ ରୁ ଘୋରଡିଆ ରାସ୍ତାରେ କାମକୁ ଯାଉଥିବା ବେଳେ ସାଇକେଲ ଚାଳକଙ୍କୁ ଏକ ହାଇୱା ଧକ୍କା ଦେଇଥିଲା। ସାଇକେଲ ଚାଳକ ହେଲେ ଘୋରାଡିଆ ଗ୍ରାମର ସୁଶାନ୍ତ ବେହେରା, ସୁଶାନ୍ତ ସକାଳୁ ସକାଳୁ ସାଇକେଲ ନେଇ କାମକୁ ଯାଉଥିବା ସମୟରେ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀର ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।


