Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Published August 31, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼ କେବଳ ଏକ ଜିଲ୍ଲା ନୁହେଁ, ଏହା ପ୍ରକୃତିର ଅପୂର୍ବ ଉପହାରରେ ସମୃଦ୍ଧ ଏକ ସବୁଜ ଭୂଖଣ୍ଡ। ପାହାଡ଼, ପର୍ବତ, ଜଙ୍ଗଲ, ଝରଣା ଓ ବିସ୍ତୃତ ସବୁଜ ବନାନୀ ନୟାଗଡ଼ର ପରିଚୟକୁ ଅଧିକ ସୁନ୍ଦର କରିଛି। ଏହି ସବୁଜିମା ନୟାଗଡ଼ବାସୀଙ୍କ ପାଇଁ କେବଳ ସୌନ୍ଦର୍ଯ୍ୟ ନୁହେଁ; ଏହା ଜୀବନ, ଜୀବିକା ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ଜଡ଼ିତ।ବନ ଆମକୁ ଅମ୍ଳଜାନ ଦିଏ, ବର୍ଷାରେ ସନ୍ତୁଳନ ରକ୍ଷା କରେ, ମାଟି କ୍ଷୟକୁ ରୋକେ ଏବଂ ଅସଂଖ୍ୟ ବନ୍ୟ ଜୀବଜନ୍ତୁଙ୍କୁ ଆଶ୍ରୟ ଦିଏ। ନୟାଗଡ଼ର ଜଙ୍ଗଲ ଅନେକ ଲୋକଙ୍କ ଜୀବନ-ଜୀବିକାର ମଧ୍ୟ ଏକ ପ୍ରମୁଖ ଆଧାର। ତେଣୁ ଜଙ୍ଗଲକୁ କେବଳ କାଠ କିମ୍ବା ସମ୍ପଦ ଭାବେ ଦେଖିବା ଆମର ବଡ଼ ଭୁଲ ହେବ।କିନ୍ତୁ ବିକାଶର ଦୌଡ଼ରେ ଆଜି ଏହି ସବୁଜ ବନାନୀ ବିଭିନ୍ନ ଚାପର ସମ୍ମୁଖୀନ। ଅବୈଧ ଗଛକଟା, ଜଙ୍ଗଲ ଜମିର ଅନୁପ୍ରବେଶ, ଅସଚେତନତା ଓ ପରିବେଶ ପ୍ରତି ଅବହେଳା ଆମ ପ୍ରାକୃତିକ ସମ୍ପଦ ପାଇଁ ଚିନ୍ତାର କାରଣ ପାଲଟିଛି। ଜଙ୍ଗଲ କମିଲେ ତାହାର ପ୍ରଭାବ କେବଳ ବନ୍ୟଜନ୍ତୁଙ୍କ ଉପରେ ପଡ଼ିବ ନାହିଁ, ମଣିଷର ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ।ନୟାଗଡ଼ର ସବୁଜିମାକୁ ବଞ୍ଚାଇବା ପାଇଁ କେବଳ ବନ ବିଭାଗ କିମ୍ବା ପ୍ରଶାସନ ଉପରେ ନିର୍ଭର କଲେ ହେବ ନାହିଁ। ସ୍ଥାନୀୟ ଲୋକ, ଯୁବପିଢ଼ି, ଛାତ୍ରଛାତ୍ରୀ, ପକୃତିପ୍ରେମି, ସ୍ୱେଚ୍ଛାସେବୀ ସଂଗଠନ ଓ ଜନପ୍ରତିନିଧି—ସମସ୍ତଙ୍କୁ ଏଥିପାଇଁ ଏକାଠି ହେବାକୁ ପଡ଼ିବ। ଗଛ ଲଗାଇବା ସହିତ ଲଗାଇଥିବା ଗଛକୁ ବଞ୍ଚାଇବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।ବିକାଶ ଦରକାର, କିନ୍ତୁ ସେହି ବିକାଶ ପ୍ରକୃତିକୁ ଧ୍ୱଂସ କରି ନୁହେଁ। ରାସ୍ତା, ଶିଳ୍ପ, ଆବାସ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ସହ ପରିବେଶ ସନ୍ତୁଳନକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ପ୍ରକୃତି ସୁରକ୍ଷାକୁ ବିକାଶର ବିରୋଧୀ ନୁହେଁ, ବରଂ ବିକାଶର ଅବିଚ୍ଛିନ୍ନ ଅଂଶ ଭାବେ ଗ୍ରହଣ କରିବାର ସମୟ ଆସିଛି। ନୟାଗଡ଼ର ସବୁଜ ବନାନୀ ଆମ ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ଏକ ଅମୂଲ୍ୟ ଐତିହ୍ୟ। ସବୁଜ ବନାନୀ ଉପରେ ନିର୍ଭରଶୀଳ ହୋଇ ଜୀବନ ନିର୍ବାହ କରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକମାନେ। ଏହାକୁ ଆମେ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିପାରିଲେ ହିଁ ଆମର ଦାୟିତ୍ୱ ସାର୍ଥକ ହେବ। ଆଜି ଗୋଟିଏ ଗଛ ବଞ୍ଚାଇବା ଅର୍ଥ ଆସନ୍ତାକାଲିର ଅନେକ ଜୀବନକୁ ସୁରକ୍ଷିତ କରିବା। ନୟାଗଡ଼ ସବୁଜ ରହୁ, ଜଙ୍ଗଲ ସୁରକ୍ଷିତ ରହୁ, ପ୍ରକୃତି ହସୁ—ଏହା ହିଁ ଆମ ସମସ୍ତଙ୍କ ସାମୂହିକ ସଂକଳ୍ପ ହେବା ଦରକାର।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 31, 2026 August 31, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ଏକ ଅପୂରଣୀୟ ଶୂନ୍ୟତା

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?