Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ

Published August 31, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ଼ ପୌରପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ, ସୁନ୍ଦର ଓ ଶୃଙ୍ଖଳିତ ସହର ଗଠନ ପାଇଁ ସହରବାସୀଙ୍କ ସହଯୋଗ ଓ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୋଲିସ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଭବେଶ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସମାନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ବିଧାୟକ ଡ଼ ସାହୁ କହିଥିଲେ ଯେ, ନିଜ ଘର ଓ ଗାଡ଼ିକୁ ଯେପରି ନିଜ ସମ୍ପତ୍ତି ଭାବେ ଯତ୍ନ ନେଉଛୁ, ସେହିପରି ନୟାଗଡ଼ ସହର ଓ ଏଠାରେ ନିର୍ମିତ ସମସ୍ତ ସାର୍ବଜନୀନ ସମ୍ପତ୍ତିକୁ ମଧ୍ୟ ନିଜର ବୋଲି ଭାବିବା ଆବଶ୍ୟକ। ପାର୍କ, ଲାଇବ୍ରେରୀ, କଲ୍ୟାଣ ମଣ୍ଡପ ସମେତ ବିଭିନ୍ନ ସାର୍ବଜନୀନ ସମ୍ପତ୍ତିର ସ୍ୱଚ୍ଛତା ଓ ସୁରକ୍ଷା ରକ୍ଷା କରିବାରେ ସହରବାସୀଙ୍କ ଭୂମିକା ରହିଛି। “ସହର ଆମର, ସମ୍ପତ୍ତି ଆମର। ଏହାର ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର” ବୋଲି ଡ଼ ସାହୁ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ।

ନୟାଗଡ଼ ସହରରେ କଡ଼ାକଡ଼ି ହେବ ନିୟମ;ଉଲ୍ଲଂଘନ କଲେ ଜରିମାନା:ଜିଲ୍ଲାପାଳ

ଏଥିସହ ସହରରେ ସ୍ୱଚ୍ଛତା ଓ ନିୟମ ପାଳନ ନେଇ ଏକ ସଚେତନତାମୂଳକ ପୁସ୍ତକ ପ୍ରକାଶ କରି ସହରବାସୀଙ୍କ ମଧ୍ୟରେ ବଣ୍ଟନ କରିବାକୁ ପୌର ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସେ ଅନୁରୋଧ କରିଥିଲେ। ନିୟମ ଉଲ୍ଲଂଘନ କଲେ ଜରିମାନା ନୟାଗଡ଼ ସହରରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଆଗାମୀ ଦିନରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଜିଲ୍ଲାପାଳ ମଧ୍ୟ ସହରବାସୀଙ୍କୁ ନିୟମ ପାଳନ ପାଇଁ ସତର୍କ କରିଛନ୍ତି। ରାସ୍ତାରେ ଗାଈ ଛାଡ଼ିଲେ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ଏଥିସହ ହେଲମେଟ୍ ନ ପିନ୍ଧିବା, ସିଟ୍‌ବେଲ୍ଟ ନ ବାନ୍ଧିବା ଭଳି ନିୟମ ଉଲ୍ଲଂଘନରେ ମଧ୍ୟ ଜରିମାନା ଆଦାୟ କରାଯିବ। ରାସ୍ତାକଡ଼ରେ ମାଛ ଓ ମାଂସ ବିକ୍ରି କଲେ ସାମଗ୍ରୀ ଜବତ ସହ ଜରିମାନା ଆଦାୟ କରାଯିବ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆଗାମୀ ଦୁଇ ମାସ ମଧ୍ୟରେ ଏସବୁ ନିୟମକୁ ଦୃଢ଼ତାର ସହ କାର୍ଯ୍ୟକାରୀ କରାଯିବ। ତେଣୁ ଏବେଠାରୁ ନିୟମ ପାଳନ କରି ନୟାଗଡ଼ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଶୃଙ୍ଖଳିତ କରିବାରେ ସହରବାସୀ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି। ପରିଶେଷରେ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗୀତାରେ କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 31, 2026 August 31, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା

Odisha Lekha October 15, 2026
ଜିଲ୍ଲା ଖବର

ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ

Odisha Lekha October 15, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ

Odisha Lekha October 15, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ

Odisha Lekha October 15, 2026
ଜିଲ୍ଲା ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ

Odisha Lekha October 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?