Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା:ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି:ଲୋକଙ୍କ ମତ ଅନୁସାରେ ହେବ ମେଡିକାଲ୍ କଲେଜ:ଦୁଷ୍ମନ୍ତ

Published December 27, 2025 ମନୋରଞ୍ଜନ ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ବିରୋଧର ସମ୍ମୁଖୀନ ହୋଇଛନ୍ତି। ମେଡ଼ିକାଲ କଲେଜ ନିର୍ମାଣ ଦାବିରେ ଯୁବକମାନେ ହୋ ହାଲ୍ଲା କରିଛନ୍ତି। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ରଣପୁର ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଗଣିଆ ବ୍ଲକ ଅଧ୍ୟକ୍ଷ ଝୁନା ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ର ଧାର୍ମିକ ଓ ପର୍ଯ୍ୟଟନ ପୀଠ ଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ।

ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର ନୟାଗଡ଼ ଜିଲ୍ଲା ଗଠନଠାରୁ ମହୋତ୍ସବ ଅଭିବୃଦ୍ଧି ନେଇ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତି, ଜୀବନ, ଜୀବିକାକୁ, ଐତିହ୍ୟକୁ ଏକାଠି କରି ପାରୁଛି ଜିଲ୍ଲା ମହୋତ୍ସବ ବୋଲି ଦଶପଲ୍ଲା ଏନଏସି ଅଧ୍ୟକ୍ଷା କହିଥିଲେ। ଏହା ସହିତ ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି ରଖିଥିଲେ। ଗଣିଆ ବ୍ଲକ ଅଧ୍ୟକ୍ଷା ମଧ୍ୟ ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି କରିଥିଲେ।

ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତାଙ୍କ ବକ୍ତବ୍ୟ ପ୍ରଦାନ ସମୟରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି କରି ଅନେକ ଯୁବକ ହୋ ହାଲ୍ଲା କରିଥିଲେ। ମୁଖ୍ୟ ଅତିଥି ନୟାଗଡ଼ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ତାହାକୁ ଏଡ଼ାଇ ଯୁବକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ। ତୃତୀୟ ସନ୍ଧ୍ୟାରେ କବି ପ୍ରଭାସିନୀ ବରାଡଙ୍କ ଲିଖିତ ପୁସ୍ତକ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ କରିଥିଲେ।

ଆଜିର ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୟାଗଡ଼ ବନ୍ଦନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଭୁବନେଶ୍ୱର ଆଦିଦ୍ୟ ଡାନ୍ସ ଗ୍ରୁପ, ପୁରୀ ମାଲଖମ୍ବ ଦର୍ଶକଙ୍କୁ ବିମୋହିତ ହୋଇଥିଲା। ଏହା ସହିତ ସିନେ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ଶୀତୁଆ ସନ୍ଧ୍ୟାର ମାହୋଲକୁ ସରଗରମ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 27, 2025 December 27, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?