ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସହ ପ୍ରାନ୍ତ ସେବା ପ୍ରମୁଖ ବେଲେଶ୍ୱର ସାହୁ ଯୋଗ ଦେଇଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼ କୃପାସିନ୍ଧୁ କର ପ୍ରମୂଖ ମଞ୍ଚାସୀନ ହୋଇଥିଲେ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଚାର୍ଯ୍ୟ ଶ୍ରୀଯୁକ୍ତ ପଟ୍ଟନାୟକ ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ କୃତିତ୍ୱ, ବିଦ୍ୟାଳୟ ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ, ପିଲାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ଉନ୍ନତୀ କାମନା କରିଥିଲେ। ଶିକ୍ଷା ସହିତ ଭାରତୀୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ଅନୁଷ୍ଠାନର ମୁଖ୍ୟ ଲକ୍ଷ ବୋଲି ଆମେ ସମସ୍ତେ ଜାଣିଛେ।

ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜୀ ଅନ୍ତର୍ଯ୍ୟ ମୀ ଷଡ଼ଙ୍ଗୀ, ଗୁରୁମା ଶ୍ରାବଣୀ ନାଥଙ୍କ ସମେତ ସମସ୍ତ ଗୁଜୁଜୀ, ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରକାଶିତ ମୁଖପତ୍ର ‘ରୁକ୍ଷୀଫୁଲ’ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି।


