Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ

Published December 20, 2025 ଖେଳ ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓଡ଼ଗାଁ ତହସିଲଦାର ଡ଼ ମାନସ ରଞ୍ଜନ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଯୋଗଦେଇଥିଲେ। ବିଦ୍ୟାଳୟର ସ୍କାଉଟଗାଇଡ଼ କଲର ପାର୍ଟି ଅତିଥିଙ୍କୁ ସ୍ୱାଗତ କରାଇ ଥିଲେ। ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପଦ୍ବୀପ ଓ ପୁଷ୍ପ ପ୍ରଦାନ ଥିବାବେଳେ କୁନି ପିଲାଙ୍କ ସ୍ୱାଗତ ନୃତ୍ୟ ବହୁତ ଆନନ୍ଦିତ ହୋଇଥିଲା। ବିଦ୍ୟାଳୟ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା। ମୁଖ୍ୟବକ୍ତା ସୁଶ୍ରୀ ରଣା ରଙ୍ଗବେରଙ୍ଗୀ ଫୁଲଭଳି ପିଲାଙ୍କୁ ତୁଳନାକରି ମହାଦ୍ରୁମ ତିଆରି କରିବାରେ ଉଭୟ ଶିକ୍ଷକ ଓ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ପ୍ରକାଶ କରିଥିବାବେଳେ ମୁଖ୍ୟଅତିଥି ଶିକ୍ଷାତ୍ରୀଙ୍କ ସମୟାନୁ ବର୍ତ୍ତିତାକୁ ପିଲାମାନେ ସୂର୍ଯ୍ୟଙ୍କୁ ନିଦରୁ ଉଠାଉଥିବା ନା ସୂର୍ଯ୍ୟ ପିଲାଙ୍କୁ ନିଦରୁ ଉଠାଉଥିବା ପ୍ରଶ୍ନ କରି ମଜାଦାର ଢଙ୍ଗୀରେ ପିଲାଙ୍କ ଅକଲ ଗୁଡ଼ୁମ କରାଇଦେଇଥିଲେ। ଅତିରିକ୍ତ ଶିକ୍ଷାଧିକାରୀ ପାଠ ସହିତ ପିଲାଙ୍କ ଉତ୍ତମ ଚରିତ୍ର ଗଠନରେ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ପ୍ରକାଶ କରିଥିଲେ।

ଅଖାଡିଆଁ, ଦୌଡ଼ ବାଧକ, ଗଣିତ ଦୌଡ,ପୁଚି, ମିଉଜିକ ଚେୟାର, ୧୦୦, ୨୦୦, ୩୦୦, ୮୦୦,୧୫୦୦ ମିଟର ଦୌଡ, ଜାଭେଲିନ, ଉଚ୍ଚଡିଆଁ ଭଳି ଉଭୟ ପୁଅ ଓ ଝିଅଙ୍କ ପ୍ରାୟ ୫୨ ପ୍ରକାରର ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କନିଷ୍ଠ ବିଭାଗରେ ସ୍ୱାଧୀନ ନାୟକ, ବରିଷ୍ଠ ବିଭାଗରେ ନିଶି ସାହୁ ଓ ସିତୁ ବେହେରା ଚାରିଚାରୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟାନ ହୋଇଥିଲେ। ଉପାନ୍ତ ଅଞ୍ଚଳରୁ ଆସି ବିଦ୍ୟାଳୟପାଇଁ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତାରେ ଉଭୟ ଅଙ୍କିତା ନାୟକ ୮୦୦, ୧୫୦୦ ଓ ୩୦୦୦ ମିଟର ଦୌଡ ପ୍ରତିଯୋଗିତାରେ ଓ ଖୋଖୋରେ ନିଶିସାହୁ ଗୌରବ ଆଣିଥିବାରୁ ଉଭୟଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ସମ୍ମାନିତ କରିଥିବା ସହିତ ଏପରି ସୁଯୋଗ ପାଉ ନଥିବା ଛାତ୍ର ଛାତ୍ରୀଙ୍କୁ ଅଧିକ ମାତ୍ରାରେ ସୁଯୋଗ ଦେବା ସହିତ ଖେଳ ଓ କ୍ରୀଡା ଶିକ୍ଷକ ଆଲୋକ ନାୟକଙ୍କୁ ବହୁ ପ୍ରସଂସା କରିଥିଲେ। ଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଛାତ୍ର ଛାତ୍ରୀଙ୍କରଙ୍ଗା ରଙ୍ଗ ନୃତ୍ୟ ମନ ମୋହିଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 20, 2025 December 20, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?