Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଟି-୨୦ ସିରିଜ୍:ହାର୍ଦ୍ଦିକ ଓ ତିଲକଙ୍କ ଧୂଆଁଧାର ଅର୍ଦ୍ଧଶତକ:ଦମଦାର ବିଜୟ ସହ ସିରିଜ୍ ହାତେଇଲା ଭାରତ

Published December 20, 2025 ଖେଳ
SHARE

ଓଡ଼ିଶା ଲେଖା ଅଫିସ୍: ଚଳିତ ଟି-୨୦ରେ ଭାରତ ର ଦମଦାର ବିଜୟ । ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ୍ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୩-୧ ସିରିଜ୍ ହାତେଇ ନେଇଛି । ଟି-୨୦ ସିରିଜ୍ ୫ଟି ମ୍ୟାଚ୍ ଭିତରୁ ତୃତୀୟ ମ୍ୟାଚ୍ ସୁଦ୍ଧା ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ବିଜୟୀ ହୋଇଥିଲା । ତେବେ ଚତୁର୍ଥ ମ୍ୟାଚ୍ ଟି ଘନ କୁହୁଡ଼ି ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଭାରତ ପଞ୍ଚମ ମ୍ୟାଚ୍ ରେ ସିରିଜ୍ କୁ ହାତେଇ ନେଇଛି । ସିରିଜ୍ ର ଅନ୍ତିମ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ୍ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ । ୬୧ରନ ଭାଗିଦାରୀରେ ଅଭିଷେକ ଶର୍ମା ଆଉଟ୍ ହେବା ପରେ ଦଳୀୟ ସ୍କୋର ୯୭ରନ ବେଳକୁ ସଞ୍ଜୁ ସାମସନ୍ ଆଉଟ୍ ହୋଇଥିଲେ । ତା’ ପରେ ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୁଆଁଧାର ବ୍ୟାଟିଂ ଅର୍ଦ୍ଧଶତକ ହାସଲ କରିଥିଲେ । ତିଲକ ବର୍ମା ୪୨ବଲରେ ୧୦ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୩ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବଲରେ ୫ଟି ଚୌକା ଓ ୫ଟି ଛକା ସହାୟତାରେ ୬୩ରନ କରିଥିଲେ ।

ଭାରତ ନିର୍ଦ୍ଧାରିତ ୨୦ଓଭରରେ ୫ଟି ମୂଲ୍ୟବାନ ୱିକେଟ୍ ହରାଇ ୨୩୧ରନ କରିବାରେ ସହାୟକ ହୋଇଥିଲେ ।ଦକ୍ଷିଣ ଆଫ୍ରିକା ଲଢ଼େଇ କରି ୮ଟି ୱିକେଟ୍ ହରାଇ ୨୦୧ ରନରେ ପହଞ୍ଚି ପରାଜୟ ହାସଲ କରିଥିଲା । ଦଳ ପକ୍ଷରୁ ଡି କକ୍ ୩ଟି ଛକା ଓ ୯ଟି ଚୌକା ସହାୟତାରେ ୬୫ରନ୍ କରିଥିବା ବେଳେ ବ୍ରେଭିସ ୩୧ରନ ଓ ଲିଣ୍ଡସ୍ ୧୬ରନ କରିଥିଲେ।

ଭାରତ ପକ୍ଷରୁ ବରୁନ ଚକ୍ରବର୍ତ୍ତୀ ୪ଟି ୱିକେଟ୍ ନେଇଥିବା ବେଳେ ଜସ୍ପ୍ରିତ୍ ବୁମରାହା ୨ଟି ୱିକେଟ୍, ଆଶ୍ରିଦିପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଟି-୨୦ ସିରିଜ୍ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ବରୁନ ଚକ୍ରବର୍ତ୍ତୀଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ବିବେଚିତ କରାଯାଇ ପୁରସ୍କୃତ କରାଯାଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 20, 2025 December 20, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଖେଳ

ଜାତୀୟ କ୍ରୀଡ଼ା ଦିବସ: ନୟାଗଡ଼ରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

Odisha Lekha August 28, 2026
ଖେଳ

ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬:୧୫ରେ ଗ୍ରାଣ୍ଟ ଫାଇନାଲ

Odisha Lekha June 14, 2026
ଖେଳ

ଟି-୨୦ ବିଶ୍ୱକପ୍:୭ରନରେ ଭାରତ ବିଜୟୀ:ମାର୍ଚ୍ଚ ୮ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍: ମୁହାଁମୁହିଁ ହେବେ ଭାରତ ଓ ନ୍ୟୁିଜଲାଣ୍ଡ

Odisha Lekha March 5, 2026
ଖେଳ

ଟି-୨୦ ବିଶ୍ୱକପ୍:ଇଡେନ୍ ଗାର୍ଡେନରେ ମହାଲଢେଇ:୫ୱିକେଟ୍ ଭାରତ ବିଜୟୀ

Odisha Lekha March 2, 2026
ଖେଳ

ଟି-୨୦ ବିଶ୍ୱକପ୍: ଭାରତ ବନାମ ପାକିସ୍ତାନ: ୬୧ରନରେ ଭାରତ ବିଜୟୀ

Odisha Lekha February 15, 2026
ଖେଳ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍:୪-୧ ରେ ସିରିଜ୍ ହାତେଇଲା ଭାରତ: ଇଶାନ୍ କିଶାନଙ୍କ ପ୍ରଥମ ଟି-୨୦ ଶତକ, ଆର୍ଶିଦିପ ସିଂହଙ୍କ ଘାତକ ବୋଲିଂ

Odisha Lekha February 1, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?