ଓଡ଼ିଶା ଲେଖା ଅଫିସ୍: ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚକୁ ଭାରତ ୭ୱିକେଟ୍ ବାଜି ମାରି ନେଇଛି । ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ୨-୧ ରେ ଆଗୁଆ ରହିଛି । ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ତୃତୀୟ ଦିବସ ମ୍ୟାଚ୍ ଟି ଭାରତର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ବେଳେ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୭ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଦଳ ପକ୍ଷରୁ ଅଧିନାୟକ ଆଡନ ମାକ୍ରରମ ୪୬ବଲରେ ୨ଟି ଛକା ଓ ୪ଟି ଚୌକା ସହାୟତାରେ ସର୍ବାଧିକ ୬୧ରନ କରିଥିଲେ । ଭାରତ ଏହାର ଜବାବ୍ ରେ ମୂଲ୍ୟବାନ୍ ୩ଟି ୱିକେଟ୍ ହରାଇ ୧୫.୫ ଓଭରରେ ୭ୱିକେଟରେ ବିଜୟ ହାସଲ କରିନେଇଛି । ଦଳ ପକ୍ଷରୁ ଅଭିଷେକ ଶର୍ମା ୩ଟି ଛକା ଓ ୩ଟି ଚୌକା ସହାୟତାରେ ୩୫ରନ୍ କରିଥିବା ବେଳେ ଶୁଭମନ୍ ଗିଲ ୨୮, ତିଲକ ବର୍ମା ୨୬ ରନ କରିଥିଲେ । ଭାରତ ଏହି ତୃତୀୟ ଦିବସ ମ୍ୟାଚ୍ କୁ ୭ୱିକେଟ୍ ରେ ବିଜୟ ହାସଲ କରିନେଇଛି ।


