Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ:୧୪୬ରନରେ ସାଇ ଇଲେଭେନ ଭୁବନେଶ୍ୱର ବିଜୟୀ

Published December 14, 2025 ଖେଳ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ଫତେଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟିନୀ ମ୍ୟାଚରେ ଭୁବନେଶ୍ୱର ସାଇ ଇଲେଭେନ ୟୁପି ଟାଇଗର କୁ ୧୪୬ ରନରେ ହରାଇ ପ୍ରଥମ ସେମିଫାଇନାଲ କୁ ପ୍ରବେଶ କରିଛି। ରବିବାର ପୂର୍ବାହ୍ନରେ ମୁଖ୍ୟଅତିଥୀ ଭାବେ ବରିଷ୍ଠ ଶିକ୍ଷାବିତ ଲୋକନାଥ ଆଚାର୍ଯ୍ୟ ଯୋଗଦେଇ ମ୍ୟାଚ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥୀ ରୂପେ ଓଡ଼ିଶାର ପୂର୍ବତନ ରଣଜି ଖେଳାଳି ବସନ୍ତ ମହାନ୍ତି, ବ୍ଳକ ବିଜେଡ଼ି ସଭାପତି ଶିବ ପ୍ରସାଦ ଷଡଙ୍ଗୀ, ପୂର୍ବତନ ସରପଞ୍ଚ ବୈକୁଣ୍ଠ ସାହୁ ଏବଂ ଫତେଗଡ ଯୁବକ ସଂଘ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଆଜି ଅନୁଷ୍ଠିତ ପ୍ରଥମ କ୍ୱାଟର ମ୍ୟାଚରେ ଟସ ଜିତି ୟୁପି ଟାଇଗର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।

ବିପକ୍ଷ ଦଳ ଭୁବନେଶ୍ୱର ସାଇ ଇଲେଭେନ କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୟୁପି ଟାଇଗର ୮ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୩୮ ରନ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ଅମର ଦାଶ ଦୁଇ ଓଭରରେ ୫ ରନ ବ୍ୟୟ କରି ୩ଟି ଉଇକେଟ ନେଇ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପୁରସ୍କାର ବିତରଣ ସମୟରେ ବସନ୍ତ ମହାନ୍ତି ଉପସ୍ଥିତ ରହି ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଖେଳକୁ ପରିଚାଳନା କରିଥିଲେ ଓସିଏ ଅମ୍ପାୟାର ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି। ଏଥିସହ ସ୍କୋରର ଦାୟିତ୍ଵ ତୁଲାଇଥିଲେ କିରଣ ମନୋହର ମହାନ୍ତି, ବିଭୁତି ଭୂଷଣ ସାହୁ, ଇତିପ୍ରକାଶ ସେନାପତି ଏବଂ କିଷାନ ମନୋହର ମହାନ୍ତି। ମ୍ୟାଚ ରେଫରି ଭାବେ ସୁଧୀରଞ୍ଜନ ପଣ୍ଡା ଦାୟିତ୍ୱ ତୁଲାଇଥିବା ବେଳେ ତୃତୀୟ ଅମ୍ପାୟାର ଭାବେ ସୁଧାଂଶୁ କର ଦାୟିତ୍ୱ ନିଭାଇଥିଲେ। ଭାସ୍ୟକାର ବୁବୁ ସିହ୍ନା, ସରୋଜ ମହାପାତ୍ର, ଜନ୍ମେଜୟ ଦଳେଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଦର୍ଶକ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଚିୟର ଗ୍ୟାର୍ଲ, ଡିଜିଟାଲ ସ୍କୋରବୋର୍ଡ ଏବଂ ଖେଳର ସିଧା ପ୍ରସାରଣ ବେଶ ଆକର୍ଷଣୀୟ ହୋଇଥିଲା। ସୋମବାର ଦ୍ଵିତୀୟ କ୍ୱାଟର ମ୍ୟାଚ କୋଲକାତା ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଫତେଗଡ଼ ଯୁବକ ସଂଘ ସଭାପତି ବେଣୁଧର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha December 14, 2025 December 14, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଖେଳ

ଏସିଆନ ଗେମ୍ସ: ପାକିସ୍ତାନକୁ ୧୯ ରନ୍‌ରେ ହରାଇ ସ୍ୱର୍ଣ୍ଣ ହାତେଇଲା ଭାରତ:ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦୁବେଙ୍କ ଅଲରାଉଣ୍ଡ ପ୍ରଦର୍ଶନ

Odisha Lekha October 3, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ଖେଳ

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଗିଲଙ୍କ ଧୂଆଁଧାର ଦ୍ୱିଶତକ, ରୋହିତଙ୍କ ଶତକ :୮ୱିକେଟ୍‌ରେ ମ୍ୟାଚ୍ ଜିତି ସିରିଜ୍ କବ୍‌ଜା କଲା ଭାରତ

Odisha Lekha September 30, 2026
ଖେଳ

ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Odisha Lekha September 23, 2026
ଖେଳଜିଲ୍ଲା ଖବର

ରଣଜିତ୍ କରିବେ ଖେଳ;ନୟାଗଡ଼ରେ ହେବ ଚ୍ୟାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Lekha September 22, 2026
ଖେଳ

ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟଥର ସ୍ୱର୍ଣ୍ଣପଦକ ହାତେଇଲା ଭାରତୀୟ ମହିଳା କ୍ରିକେଟ୍ ଦଳ : ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Odisha Lekha September 22, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?