ନରସିଂହପୁର, (ଓଡ଼ିଶା ଲେଖା): ରମାଦେବୀ ଚୌଧୁରୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ନରସିଂହପୁର ମୁକ୍ତି ସଂଗଠନ ପକ୍ଷରୁ ରମାଦେବୀ ଚୌଧୁରୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରୋଡ଼ ସେପ୍ଟି ର କନଭେନର ଦିଲ୍ଲୀପ କୁମାର ପଣ୍ଡା, ଦଳିତ ସଂଘର ମୁଖ୍ୟ ଏନ ଦେବ କୁମାର, ନରସିଂହପୁର ମୁକ୍ତି ସଂଗଠନର ସମସ୍ତ ସଦସ୍ୟ ଓ ନରସିଂହପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ନରସିଂହପୁର ମହାବିଦ୍ୟାଳୟ ଠାରୁ ମୁକ୍ତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ଲୋକମାନେ ଧୀରେ ଗାଡି ଚଲାଇବା ଓ ନିଜ ଜୀବନକୁ ନିଜେ ସୁରକ୍ଷା ଦେବା ଏବଂ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ନାରା ଦେଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ।


