Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିଡ଼ିଓ ପ୍ରାଶାସନିକ ଅଧିକାରୀ ନା ରାଜନେତା ! ଭାପୁର ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଜନ ପ୍ରତିନିଧି

Published November 26, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟର ଚର୍ଚ୍ଚିତ ବ୍ଲକ୍ ଭାପୁର ବ୍ଲକ୍। ଏଠି ସବୁ ଅସମ୍ଭବ କାର୍ଯ୍ୟ ବି ସମ୍ଭବରେ ପରିଗଣିତ ହୋଇପାରେ । ଏଠି ଦୁର୍ନୀତି ହୋଇଥିଲେ ମଧ୍ୟ ୱାସିଙ୍ଗି ମେସିନ୍ ପରି ସଫା କରିଦିଅନ୍ତି ସରକାରୀ ବାବୁ । ହଁ ଆଜ୍ଞା, ଭାପୁର ବ୍ଲକରେ ସବୁ ସମ୍ଭବ । ପୁର୍ବରୁ ୮୦ କୋଟି ଟଙ୍କାର ନରେଗା ଦୁର୍ନୀତି, ଗୋଟିଏ ରାସ୍ତାକୁ ୨୧ଥର ବିଲ୍ କରିବା, ପୋଖରୀରଗାର୍ଡ ୱାଲ୍ ନକରି ସେହି ଅର୍ଥ ହଡ଼ପ କରିବା, ନାଳ ଭିତରେ ପୋଖରୀ ଖୋଳିବା ଏବଂ ମିଶନ ଶକ୍ତି କାର୍ଯ୍ୟାଳୟ ନକରି ସେହି ଅର୍ଥ ହରିଲୁଟ କରିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଥିଲା । ସେଥିପାଇଁ ପ୍ରତିଦିନ ତଦନ୍ତ କାରୀ ଟିମ୍ ଭାପୁର ରେ ଡେରା ପକାଇଲେ ଏବଂ ଦୁର୍ନୀତି ଅଭିଯୋଗର ସତ୍ୟତା ଜଣାପଡିବା ପରେ ମାମଲା ଯାଇ ପହଞ୍ଚିଥିଲା ଭିଜିଲାନ୍ସ ପାଖରେ । ଭିଜିଲାନ୍ସ ଟିମ୍ ତଦନ୍ତ କରି ରିପୋର୍ଟ ଚାପି ଦେଇଥିବା ମନେ ହେଉଥିବାବେଳେ ବର୍ତ୍ତମାନର ବିଡ଼ିଓ ପୁଣି ଦୁର୍ନୀତିକୁ ପ୍ରଶୟ ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକୁ ଖାତିର କରୁନଥିବା ଜନପ୍ରତିନିଧିଙ୍କ ଅଭିଯୋଗରୁ ଜଣାପଡୁଛି । ଭାପୁର ବ୍ଲକରେ ଯେଉଁ ଭଳି ଭାବେ ଉନ୍ନତି ମୂଳକ କାର୍ଯ୍ୟ ହେବା କଥା, ତାହା ନକରି ରାଜନୀତି କରୁଛନ୍ତି ବିଡ଼ିଓ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏବଂ ସେ ବିଡ଼ିଓ ଓ ନା ଶାସକ ଦଳର ଦଳୀୟ କର୍ମୀ ତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଭାପୁର ବ୍ଲକର ବିଡ଼ିଓଙ୍କ ମନମୁଖୀ ଓ ଜନବିରୋଧୀ କାର୍ଯ୍ୟ ବିରୋଧରେ ସାମ୍ବାଦିକ ସମ୍ମିଳନୀ ସହ ବ୍ଲକ କାର୍ଯ୍ୟାଳୟ ତାଲା ପକାଇଲେ ଜନପ୍ରତିନିଧି। ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି। ଭାପୁର ବ୍ଲକର ବିଡିଓ ଶାରଦା ପ୍ରଶନ୍ନ ପଣ୍ଡା ପ୍ରସାଦ ଭାପୁର ବ୍ଲକରେ ରାଜୁତି କରି ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟକୁ ବନ୍ଦ କରିବା ସହ  ମନମୁଖୀ କାର୍ଯ୍ୟକଳାପ କରୁଥିବା ନେଇ ଭାପୁର ବ୍ଲକର ଅଧକ୍ଷ ସାବିତ୍ରୀ ପ୍ରଧାନ , ଉପାଦକ୍ଷ ବେଣୁଧର ପ୍ରଧାନ ସମେତ ସମସ୍ତ ଜନପ୍ରତିନିଧି ମାନେ ଏକତ୍ରିତ ହୋଇ ବ୍ଲକ ପରିସରରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ,କରିବା ସହ  ବ୍ଲକର ବିଭିନ୍ନ କାର୍ଯ୍ୟାଳୟକୁ ତାଲା ପକେଇଲେ । ସକାଳ ଦଶଟା ବେଳେ ବ୍ଲକକୁ ଆସି ପ୍ରଥମେ ମହାତ୍ମାଗାନ୍ଧୀଙ୍କ ବେକରେ ପୁଷ୍ପମାଲ୍ୟ ପକାଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପଞ୍ଚାୟତ ସମିତି ମିଟିଙ୍ଗ ହେଉଛି ବ୍କକର ଏକ ଗୁରୁତ୍ବପୂର୍ଣ୍ଣ ସଭା ଯେଉଁଠାରେ ବ୍କକର ବିକାଶ ବ୍କକର ଆୟ, ବ୍ୟୟ, ବ୍ଲକସ୍ତରୀୟ ବଜେଟ, ସମସ୍ୟା ଓ ଉନ୍ନତ ଯୋଜନା ସମ୍ବନ୍ଧୀୟ ବିଷୟ ଆଲୋଚନା ହୁଏ। ମାତ୍ର ବିଡିଓଙ୍କୁ ବାରମ୍ବାର ଜନପ୍ରତିନିଧି ଚିଠି କରିଛନ୍ତି ଓ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଜନପ୍ରତିନିଧି ଲିଖିତ ଆବେଦନ କରିଛନ୍ତି। ମାତ୍ର ବିଡିଓ ଉଦ୍ଦେଶ୍ୟମୂଳକ ଭାବେ ଡାକୁ ନାହାଁନ୍ତି କୈଣସି ମିଟିଂ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଅନ୍ତୋଦୟ ଗୃହ ଯୋଜନା ନାମରେ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରି ନୀତିନିୟମବଳୀ ଜାରି କରିଥିଲେ। ଭାପୁର ବ୍ଲକର ୫୬୯ ଜଣ ହିତାଧିକାରୀ ଗୃହ ପାଇବା ପାଇଁ ଆବେଦନ ଫର୍ମ ଜରିଆରେ ଆବେଦନ କରିଥିଲେ। ସମସ୍ତ ଆବେଦନ ପତ୍ରକୁ ଗ୍ରହଣ କରି ବିଡିଓ ୨୦ ଗୋଟି ପଞ୍ଚାୟତ ପାଇଁ ତଦନ୍ତ ଟିମ୍ ଗଠନ କରି ଆବେଦନ କରିଥିବା ହିତାଧିକାରୀ ମାନଙ୍କର ତଦନ୍ତ କରିଥିଲେ। ସେଥିମଧ୍ୟରୁ ୨୨୫ ଗୋଟି ହିତାଧିକାରୀ ସରକାରଙ୍କ ମାନଦଣ୍ଡକୁ ପୂରଣ କରିବା ସହିତ ଘର ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ବିଡିଓ ୮୪ ଜଣଙ୍କୁ ଗୃହ ପ୍ରଦାନ କଲେ ଓ ପକ୍ଷପାତିତା କରି ଅନ୍ୟ ୧୪୧ ଜଣଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଲେ। ସେମାନେ ନ ଦେବାରୁ ସେମାନଙ୍କୁ ଗୃହ ପ୍ରଦାନ କଲେ ନାହିଁ। ବରଂ ୮୪ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କର ଯୋଗ୍ୟତା ନ ଥାଇ ମଧ୍ୟ ବେଆଇନ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟ ବିବେଚିତ ହେଉଥିବା ହିତାଧିକାରୀ ମାନଙ୍କୁ ଘର ଦିଆ ନଯାଇ ଲିଷ୍ଟରେ ନାଁ ନଥିବା ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିଛନ୍ତି। ଏହା ସହିତ ଆରଟିଆଇ ଆର୍ଟ ଅନୁଯାୟୀ ସୂଚନା ଅଧିକାର କର୍ମୀଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଜନପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରୁଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ମେ ମାସରେ ବିଡିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଜନପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ଉପଜିଲ୍ଲାପାଳ ନିଜେ ଆସି ଜନପ୍ରତିନିଧି ମାନଙ୍କର ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେ ପ୍ରତିଶ୍ରୁତି ପାଣିର ଗାର ହୋଇ ପଡ଼ିରହିଛି। ଏହାପରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ଓ ଅନ୍ୟ ବିଭାଗରେ ତାଲା ପକାଇଥିଲେ ଜନପ୍ରତିନିଧି। ବିଡିଓଙ୍କ କାର୍ଯ୍ୟାଳୟ ତାଲା ପକାଇ ବେଳେ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡା ମନା କରିବା ସହ ଆଲୋଚନା ପାଇଁ ଜିଲ୍ଲା ପ୍ରଶାସନର ସହାୟତା ଲୋଡ଼ିଥିଲେ। ଫଳରେ ଜନପ୍ରତିନିଧି ମାନେ ତାଲା ନ ପକାଇ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଥିଲେ।  ଏନେଇ ବିଡିଓଙ୍କ ମତାମତ ନେବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସେ  ମନମାନି କରି କୌଣସି କାର୍ଯ୍ୟ କରି ନାହାଁନ୍ତି। ଯାହା ନୀତି ନିୟମ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଅଭିଯୋଗ ଭିତ୍ତିହୀନ। ସମସ୍ତ ଉର୍ନ୍ନତି ମୂଳକ କାର୍ଯ୍ୟ ହେଉଛି। କାହାର ସ୍ୱାର୍ଥ ଉପରେ ହାନି ହେଉଥୁବାରୁ ଏଭଳି ଅଭିଯୋଗ କରୁଛନ୍ତି। ଅପରାହ୍ନ ସାଢେ଼ ତିନିଟା ବେଳେ ପିଡି ଲଗ୍ନଜିତ ରାଉତରାୟ ଓ ଉପଜିଲ୍ଲାପାଳ କର୍ଣ୍ଣ ଦେବ ସମାଦାର ପହଞ୍ଚି ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜନପ୍ରତିନିଧିଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବା ପରେ ସାତ ଦିନ ସମୟ ନେଇଥିଲେ। ଉଭୟଙ୍କୁ ଡାକି ଜିଲ୍ଲାପାଳଙ୍କ ନିକଟରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଜନପ୍ରତିନିଧି ମାନେ ଗେଟ୍ ତାଲା ଖୋଲିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 26, 2025 November 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପ୍ୟାଲେସରେ ଦାଣ୍ଡିଆ ନୃତ୍ୟ ଉତ୍ସବ:ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ମହିଳା
ଜିଲ୍ଲା ଖବର ମନୋରଞ୍ଜନ
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ମୁଖ୍ୟ ଅଭିଯୁକ୍ତ ଜିତେନ ଗିରଫ:ଭୁବନେଶ୍ୱରରୁ ଧରି ଘଟଣାର ସିନ୍‌ ରିକ୍ରିଏସନ୍‌ କରାଇଲା ରଣପୁର ପୋଲିସ
ଅପରାଧ
ପିସିସି ଓବିସି ସେଲ୍‌ର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ କମଳ
ଜିଲ୍ଲା ଖବର ରାଜନୀତି
ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ:ସିଡିଏମ୍‌ଓଙ୍କ ଛାନଭିନ୍‌ ଆରମ୍ଭ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?