ନୟାଗଡ଼, (ଓଡ଼ିଶା ଲେଖା): ଭଏସ୍ ଅଫ୍ ନୟାଗଡ଼ ସିଜିନ୍-୬ ର ଗ୍ରାଣ୍ଡ ଫାଇନାଲ ନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ଦିନରେ ସେମିଫାଇନଲ ଓ ଗ୍ରାଣ୍ଡ ଫାଇନାଲ ହୋଇଯାଇଛି । ତେବେ ଜିଲ୍ଲା ର ପ୍ରତିଭା ଅନେଶ୍ଵଣ କରି ଭଏସ୍ ଅଫ୍ ନୟାଗଡ଼ ମାଧ୍ୟମରେ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ରଖି ନୟାଗଡ଼ କ୍ଲବ୍ ଦୀର୍ଘ ୬ବର୍ଷ ଧରି “ଭଏସ୍ ଅଫ୍ ନୟାଗଡ଼” କାର୍ଯ୍ୟକ୍ରମ କରିଆସୁଅଛି । ତେବେ ଚଳିତ ବର୍ଷ ଜିଲ୍ଲାର କୋଣ ଅନୁକୋଣରୁ ୮୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ପଞ୍ଜୀକୃତ କରି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ । ୮୦ଜଣଙ୍କ ମଧ୍ୟରୁ ସେମିଫାଇନାଲକୁ ୨୧ଜଣ ପ୍ରତିଯୋଗୀ ଉତ୍ତୀର୍ଣ୍ଣ ହୋଇଥିଲେ ।

ରବିବାର ସକାଳ ୯ଟା ଆରମ୍ଭ ହୋଇଥିବା ସେମିଫାଇନାଲକୁ ନୟାଗଡ଼ ପୌର ପରିଷଦର ପୌରଧ୍ୟକ୍ଷା ନିରୂପମା ଖଟେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସେମିଫାଇନାଲ ରେ ୨୧ପ୍ରତିଯୋଗୀଙ୍କ ମଧ୍ୟରୁ ଗ୍ରାଣ୍ଡ ଫାଇନାଲକୁ ୧୧ଜଣ ପ୍ରତିଭା ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ସଂଧ୍ୟାରେ ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରତିଯୋଗୀ ମାନେ ସୁମଧୁର କଣ୍ଠ ସ୍ଵରରେ ଦର୍ଶକ ଓ ଜଜେସ୍ ମାନଙ୍କୁ ବାନ୍ଧି ରଖିଥିଲେ । ୧୧ଜଣ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ପ୍ରୀତିପଦ୍ମା ମିଶ୍ର ଭଏସ୍ ଅଫ୍ ନୟାଗଡ଼ ସିଜିନ୍-୬ ର ଟାଇଟଲ ହାସଲ କରିଛନ୍ତି । ଗ୍ରାଣ୍ଡ ଫିନାଲେରେ ଟାଇଟଲ୍ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାବାସୀ ଗ୍ରାଣ୍ଡ ଉପହାର ଦେଇଛନ୍ତି ପ୍ରୀତିପଦ୍ମା । ୨ୟ ସ୍ଥାନ ସୌଦାମିନୀ ସାହୁ ଅକ୍ତିଆର କରିଥିବା ବେଳେ ଚିନ୍ମୟ ପ୍ରସାଦ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଏ ସମସ୍ତଙ୍କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ଆର୍ଥିକ ପ୍ରୋତ୍ସାହନ ମାଧ୍ୟମରେ ପୁରସ୍କୃତ କରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର, ବରିଷ୍ଠ ସଂଗୀତ ଶିକ୍ଷକ ରାଜେଶ କୁମାର ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀନିବାସ ସାମନ୍ତରାୟ ବିଚାରକ ଭାବେ ଯୋଗଦେଇଥିଲେ ।

ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ, ସଂପାଦକ ଶ୍ରୀଧର ସାହୁ ,ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ଯକ୍ରମର ଚେୟାରମ୍ୟାନ ମିହିର ରଂଜନ ନାୟକ, ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସଦସ୍ୟ ଅରୁଣ କୁମାର ମହାନ୍ତି , ସନ୍ତୋଷ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ଲକ୍ଷ୍ମୀନାରାୟଣ ରଥ,ମଦନମୋହନ ମହାପାତ୍ର, ଅବିନାଶ ସାହୁ, ପ୍ରସନ୍ନ କୁମାର ବସନ୍ତିଆ, ପ୍ରଶାନ୍ତ କୁମାର ପଟ୍ଟନାୟକ, ବାସୁଦେବ ସାହୁ, ପ୍ରବୀର ପୃଷ୍ଟି ପ୍ରମୁଖ ଉପସ୍ଥିତ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲା ବେଳେ ସଂପାଦକ ଶ୍ରୀଯୁକ୍ତ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।


