Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଭଏସ୍ ଅଫ୍ ନୟାଗଡ଼ ସିଜିନ-୬:ପ୍ରଥମ ପର୍ଯ୍ଯାୟ ଅଡିସନ: ସେମିଫାଇନାଲକୁ ୮୫ରୁ ୨୧ ଉନ୍ନୀତ ଯୁବ କଣ୍ଠଶିଳ୍ପୀ

Published November 16, 2025 ମନୋରଞ୍ଜନ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ -୬ ର  ପ୍ରଥମ ପର୍ଯ୍ଯାୟ ଅଡିସନ୍  ନୟାଗଡ଼ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର ପ୍ରଥମ ପର୍ଯ୍ଯାୟ ଅଡିସନ୍ କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଳବ ସଭାପତି ଅଶୋକ କୁମାର ନାୟକ ଓ ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମର ଚେୟାରମ୍ୟାନ ତଥା ସମାଜସେବୀ ମିହିର ରଂଜନ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ  କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ। ଭଏସ୍ ଅଫ୍ ନୟାଗଡ଼ କମିଟିର ନିର୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ନୟାଗଡ଼ କ୍ଲବର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ, ଲକ୍ଷ୍ମୀନାରାୟଣ ରଥ, ମଦନମୋହନ ମହାପାତ୍ର,ପ୍ରବୀର କୁମାର ପ୍ରୁଷ୍ଟି,ବାସୁଦେବ ସାହୁ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ୮୫ ଜଣ ପ୍ରତିଯୋଗୀ  ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍, ଲୋକଗୀତ, ଭଜନ, ଜଣାଣ, ସୁଗମ ସଂଗୀତ ଆଦି ଗାଇଥିବା ବେଳେ ଏଥିରେ ବିଚାରକ ଭାବେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ପୀତବାସ ଖଟେଇ, ସଂଗୀତ ଶିକ୍ଷକ ଦେବାଶିଷ ଦାସ ଓ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ୮୫ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ସେମି ଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ। ଆସନ୍ତା ୨୩ ତାରିଖ ସକାଳ ୦୯ଟା ସମୟରେ ସେମିଫାଇନାଲ ଓ ସନ୍ଧ୍ଯା ୦୬ଟା ସମୟରେ ଫାଇନାଲ ପ୍ରତିଯୋଗିତା ମାଧ୍ୟମରେ  ଶ୍ରେଷ୍ଠ ଯୁବ କଣ୍ଠଶିଳ୍ପୀ ଙ୍କୁ ” ଭଏସ୍ ଅଫ୍ ନୟାଗଡ଼” ଭାବେ ଚୟନ କରାଯିବା ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ନୟାଗଡ଼ କ୍ଳବ ତତଫରୁ ସୂଚନା ମିଳିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 16, 2025 November 16, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ମନୋରଞ୍ଜନ

ମିଠା ମିଠା ଗୀତର ସଂଜରେ: ଗୀତ ଶୁଣି ମଜ୍ଜା ଉଠାଇଲେ ଦର୍ଶକ

Odisha Lekha June 14, 2026
ମନୋରଞ୍ଜନ

ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା:ନୟଗଡ଼ିଆ ବୋଲି ଗର୍ବ କରୁଛେ:ରମେଶ ଦିପ୍ତିରେଖାଙ୍କ କଣ୍ଠ ସ୍ଵରରେ ଝୁମିଲେ ଦର୍ଶକ

Odisha Lekha December 28, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା:ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି:ଲୋକଙ୍କ ମତ ଅନୁସାରେ ହେବ ମେଡିକାଲ୍ କଲେଜ:ଦୁଷ୍ମନ୍ତ

Odisha Lekha December 27, 2025
ମନୋରଞ୍ଜନ

ସାଇ ଶିକ୍ଷା ନିକେତନର ପ୍ରଥମ ବାର୍ଷିକ ଉତ୍ସବ:ଛାତ୍ରଛାତ୍ରୀଙ୍କ ପାଖରେ ଅତିରିକ୍ତ ଭାବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଅଭିଭାବକ ମାନେ ତୁଲାଇବାର ଆବଶ୍ୟକ:ଅରୁଣ

Odisha Lekha December 26, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ନୟାଗଡ଼ ଜିଲ୍ଲା ମହୋତ୍ସବ ପଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା-୨୦୨୫ ଉଦଘାଟିତ: ନୟାଗଡ଼ ମାଟି ସହ କଳା ସଂସ୍କୃତି ଐତିହ୍ୟ ପରି ପୁରକ ଭାବେ ଜଡ଼ିତ:ମନ୍ତ୍ରୀ

Odisha Lekha December 25, 2025
ମନୋରଞ୍ଜନ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୧ତମ ବାର୍ଷିକ ଉତ୍ସବ:ବିଦ୍ୟା ମନ୍ଦିରର ମୁଖପତ୍ର ‘ରୁକ୍ଷୀଫୁଲ’ ଉନ୍ମୋଚନ

Odisha Lekha December 21, 2025
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?