ନରସିଂହପୁର, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସାରା ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନ-୨୦୨୫ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମକୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିବା ବେଳେ କଟକ ଜିଲ୍ଲା ବଡ଼ମ୍ବା ଥାନା ପରିସରରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସାଇବର ସୁରକ୍ଷା ଅଭିଯାନ-୨୦୨୫ ସଚେତନତା କାର୍ଯ୍ୟକ୍ରମରେ ଜନସାଧାରଣ ମାନେ କି ଭଳି ଭାବେ ସାଇବର ଠକ ଠାରୁ ବଞ୍ଚିତ ହୋଇ ପାରିବେ ସେ ସମ୍ବନ୍ଧରେ ଉକ୍ତ ବୈଠକରେ ଆଲୋଚନା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।


