Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତା: ନିର୍ମାଣ କାର୍ଯ୍ୟ ଦେଖି ଅସନ୍ତୁଷ୍ଟ ହେଲେ ଜିଲ୍ଲାପାଳ, ଠିକାଦାର ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published October 17, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଦିଅଁ ଖାଇ ଖଟୁଲି ଖାଇବାକୁ ବସିଛି ଠିକାଦାର । କାହାରି କଥାକୁ ଖାତିର ନକରି ଚଲେଇଛି ନିମ୍ନମାନର କାର୍ଯ୍ୟ । ହଠାତ୍ ପହଞ୍ଚିଲେ ଜିଲ୍ଲାପାଳ । ନିର୍ମାଣଧିନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖି ବିଗିଡି ଗଲେ ଜିଲ୍ଲାପାଳ । ଏଭଳି ଅବସ୍ଥା ଦେଖି ସ୍ଵତନ୍ତ୍ର ଟିମ ମାଧ୍ୟମରେ ତଦନ୍ତ ହେବ ବୋଲି ଅନୁମାନ କରାଯାଉଛି । ସୂଚନାନୁସାରେ, ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସରକାରୀ କାର୍ଯ୍ୟକ୍ରମରେ ବନମାଳିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତେବେ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।

ଗତ ଦେଢ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟ ଅଟକଳରେ ଏହି କାମକୁ ଟେଣ୍ଡର ଜରିଆରେ ଜୈନେକ ଠିକାଦାର ହାତେଇଥିବା ବେଳେ ନିମ୍ନମାନର ଯୋଗୁଁ ବାରମ୍ବାର ଅଭିଯୋଗ ହୋଇଆସୁଛି। ତେବେ ସ୍ଥିତି ବାବଦରେ ଜାଣିବା ପରେ ମଧ୍ୟ ଆଖି ବୁଜିଦେଇଥିଲେ ଉଚ୍ଚ କର୍ତୃପକ୍ଷ। କେତେବେଳେ ଫାଉଣ୍ଡେସନ ଢଳେଇରେ ନିମ୍ନମାନର ତ ପୁଣି କେବେ ଏଷ୍ଟିମେଟ ବାହାରେ କାମ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିନେହେଲେ ତଦନ୍ତ କରାଯାଇନାହିଁ। ଏପରିକି ପୂର୍ବରୁ କନିଷ୍ଠ ଯନ୍ତ୍ରୀ ନିମ୍ନମାନର କାମ ବାବଦରେ ପ୍ରତିବାଦ କରିଥିଲେ ମଧ୍ୟ ଠିକାଦାର ଏହାକୁ କର୍ଣ୍ଣପାତ ମଧ୍ୟ କରୁନଥିବା ଅଭିଯୋଗ କରିଥିଲେ।ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ବାବଦରେ ସ୍ଵତନ୍ତ୍ର ଟିମ ଦ୍ଵାରା ତଦନ୍ତ କରାଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସିଡିଏମଓ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡା ରମାକାନ୍ତ ମିଶ୍ର ପ୍ରମୁଖ ସାମିଲ ଥିଲେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତେବେ ଆଗାମୀ ଦିନରେ ତଦନ୍ତ ହୋଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ତଦନ୍ତ ଆଳରେ ନିମ୍ନ ମାନର କାମର ଫାଇଲକୁ ଚାପି ଦିଆଯାଉଛି ତାହା ଜଣାପଡ଼ିବ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 17, 2025 October 17, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?