ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ଦଶପଲ୍ଲା ଥାନା ଅଞ୍ଚଳରୁ ମୋଷ୍ଟ୍ ୱାଣ୍ଟେଡ୍ ମୁନା ମହାନ୍ତି ଗିରଫ । ଦଶପଲ୍ଲା ଅଞ୍ଚଳରେ ଘାଣ୍ଟୁଛି କ୍ରାଇମବ୍ରଞ୍ଚ୍ ଟିମ୍ । ପୋଲିସ୍ ଏସଆଇ ନିଯୁକ୍ତି ପରୀକ୍ଷା ବିଭ୍ରାଟ ଘଟଣାରେ ମୁଖ୍ୟ ଖଳନାୟକକୁ ଖୋଜି ଖୋଜି କ୍ରାଇମବ୍ରାଞ୍ଚ ଟିମ୍ ଦଶପଲ୍ଲାରେ ପହଞ୍ଚିଥିଲା । ତେବେ ମୁଖ୍ୟ ଖଳନାୟକର ସହଯୋଗୀ ମୋଷ୍ଟ ୱାଣ୍ଟେଡ୍ ମୁନାକୁ ଦଶପଲ୍ଲା କୁଜାମେଣ୍ଢିର ବନ୍ଧଖମଣ ଏକ ଫାର୍ମ ହାଉସରୁ ଗିରଫ କରିଛି । ଏବଂ ମୋଷ୍ଟ ୱାଣ୍ଟେଡ ମୁନା ସହ ଦୁଇ ଜଣ ସହଯୋଗୀ ଓ ଫାର୍ମ ହାଉସ୍ ମାଲିକଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

ଦୀର୍ଘ ଦିନ ହେଲା ମୁନା ଏହି ଫାର୍ମ ହାଉସରେ ଲୁଚିଥିଲା । କ୍ରାଇମବ୍ରାଞ୍ଚ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ତେବେ ମୁନା ସହ ମୁନାର ସହଯୋଗୀ ସୁକାନ୍ତ ମହାରଣା ଓ ରିଙ୍କୁକୁ ଗରିଫ କରିବା ସହ ଫାର୍ମ ମାଲିକ ଅଭି ଦୋରାଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଏଭଳି ଘଟଣାକୁ ଘଟିବା ଫଳରେ ଦଶପଲ୍ଲା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।


