ନରସିଂହପୁର, (ଓଡ଼ିଶା ଲେଖା): କଟକ ଜିଲ୍ଲା ବାଲିଯାତ୍ରା ବିଶ୍ଵ ପ୍ରସିଦ୍ଧ ହୋଇଥିବା ବେଳେ ନରସିଂହପୁରର ଛାଡଖାଇ ଯାତ୍ରା ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଗଣପର୍ବ । ଛାଡଖାଇ ଯାତ୍ରା କମିଟିର ସଭାପତି ତଥା ନରସିଂହପୁର ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କ ସଭାପତିତ୍ବ ଏକ ପ୍ରସ୍ତୁତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ୭ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ କେମିତି ଯାତ୍ରା ଆରମ୍ଭ ହୋଇ ଉଦଯାପନୀ ହେବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ଖୁବଶୀଘ୍ର ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଉକ୍ତ ବୈଠକରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଓ ଛାଡଖାଇ ଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଶେଷରେ ନରସିଂହପୁର ଥାନାର ଆଇଆଇସି ତଥା ଯାତ୍ରା କମିଟିର ସମ୍ପାଦକ ଭବାନୀ ଶଙ୍କର ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ- ଓଡ଼ିଶା ଲେଖା ଅଫିସ୍


