Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଓପିଏସ୍ ଅଦଳବଦଳ:ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପୁଣି ପରିବର୍ତ୍ତନ

Published October 15, 2025 ରାଜ୍ୟ ଖବର
Oplus_16908288
SHARE

ଓଡ଼ିଶା ଲେଖା ଅଫିସ୍: ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଓପିଏସ୍ ସ୍ତରରେ ଅଦଳବଦଳକୁ ନେଇ ଅକ୍ଟୋବର ମାସ ୮ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ କି ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ନେଇ ପୁଣି ଏକ ବିଜ୍ଞପ୍ତି ଅକ୍ଟୋବର ୧୪ତାରିଖରେ ପ୍ରକାଶ ପାଇଛି । ତେବେ ୬ଦିନ ଭିତରେ ଗୃହ ବିଭାଗରେ ଏମିତି କଣ ଘଟିଲା ଯେ, ପୁଣି ଏକ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ସରକାରଙ୍କ ଗୃହ ବିଭାଗ । ସୂଚନାନୁସାରେ, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବାର ୧୫ମାସ ଭିତରେ ସରକାରୀ କର୍ମଚାରୀ ମାନଙ୍କର ବଦଳ ବଦଳ କରାଯାଉଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉଛି ଏବଂ ପରବର୍ତ୍ତୀ ସମୟରେ ପୁଣି ପରିବର୍ତନ କରାଯାଉଥିବା ଦେଖିବାକୁ ମିଳୁଛି । ଏ ଯେମିତି, ଚଳିତ ମାସ ୮ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ଓପିଏସ୍ ସ୍ତରରେ ଅଦଳବଦଳ କରଯାଇଥିଲା ।

ଚିଠି ନଂ ୪୨୦୦୫ ବିଜ୍ଞପ୍ତିରେ ୧୯ଜଣ ଓପିଏସଙ୍କୁ ବିଭିନ୍ନ ଜିଲ୍ଲା ଓ କମିଶନରେଟ ପୋଲିସକୁ ଅଦଳ ବଦଳ କରଯାଇଥିଲା । ତେବେ ଅଦଳ ବଦଳ ୭ଦିନ ହେଇନି ଅର୍ଥାତ ଅକ୍ଟୋବର ୧୦ ତାରିଖରେ ଚିଠି ନଂ ୪୨୭୩୨ ବିଜ୍ଞପ୍ତିରେ ମାତ୍ର ୨ଜଣ ଓପିଏସ୍ ଅଧିକାରୀଙ୍କ ବଦଳି କରାଯାଇଛି । ଅକ୍ଟୋବର ୮ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସୀମା ସ୍ଵାଇଁଙ୍କୁ ତାଳଚେର ବଦଳି କରାଯାଇଥିଲା ତେବେ ଏମିତି କଣ ହେଲା କେଜାଣି, ନା କାହା ଚାପ ପଡ଼ିଲା ତାଙ୍କୁ ପୁଣି ଅକ୍ଟୋବର ୧୪ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ତାଳଚେର ବଦଳି କ୍ୟାନସଲ୍ କରି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଗଞ୍ଜାମରେ କାର୍ଯ୍ୟରତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ କୁମାର ପୃଷ୍ଟିଙ୍କୁ ଭୁବନେଶ୍ଵର-କଟକ କମିଶନରେଟ ପୋଲିସକୁ ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 15, 2025 October 15, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?