ନୟାଗଡ଼, (ଓଡ଼ିଶା ଲେଖା): ଅକ୍ଟୋବର ମାସର ଦୀତ୍ୱିୟ ସୋମବାର ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ବ୍ଲକ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣିରେ ଓଡ଼ଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରୁ ୧୩୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ସମସ୍ୟା ନେଇ ୧୨୦ଟି ଅଭିଯୋଗ ଆସିଥିବା ବେଳେ ଗାଁ ସମସ୍ୟା ନେଇ ୧୦ଟି ଅଭିଯୋଗ ଆସିଥିଲା । ତେବେ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପାଇବା ପାଇଁ ୨ଜଣ ଅଭିଯୋଗ କରିଥିଲେ । ତେବେ ଏହି ସମସ୍ତ ଅଭିଯୋଗକୁ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲା ତତ୍ କ୍ଷଣାତ ୨୬ଟି ଅଭିଯୋଗର ସମାଧାନ କରିଥିଲେ । ଆଜିର ଏହି ବ୍ଲକ୍ ସ୍ତରୀୟ ଜନ ଅଭିଯୋଗ ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୁଶାନ୍ତ କୁମାର ଦାସ, ଓ ଓଡ଼ଗାଁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍ ଡିପାଟମେଣ୍ଟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

