ଓଡ଼ିଶା ଲେଖା ଅଫିସ:ଏକଡାଳରୁ-ବାଗଧରିଆ ପୂର୍ତ୍ତ ବିଭାଗ ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଝାଜିଆ ରାସ୍ତା, ପୂର୍ତ୍ତ ବିଭାଗର ଗୋପୀନାଥପୁର ରାସ୍ତା, ଶଙ୍ଖାମେରୀ-ଗୋପମଥୁରା ରାସ୍ତାରେ ସୃଷ୍ଟି ହୋଇଛି ପୋଖରୀ। ଓଡ଼ିଶାରେ ଚାଲିଛି ଡବଲ ଇଞ୍ଜିନ। ସ୍ପିଟପ କାମ ବାଣ୍ଟିବାରେ ମଧ୍ୟ ଆଗୁଆ। କିନ୍ତୁ ରାସ୍ତାରେ ସୃଷ୍ଟି ହୋଇଛି ବଡ଼ ବଡ଼ ପୋଖରୀ । ବଡ଼ ବଡ଼ କଥା କହି ନିର୍ବାଚନ ବୈତରଣୀ ପାର କରିଥିବା ବିଜୟ ଦଳବେହେରାଙ୍କ କାର୍ଯ୍ୟ ଜିରୋ । କଥା ଗୋଟିଏ, କାମ ଅଲଗା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତା ଗୁଡିକରେ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହନ ଚଳାଚଳ କରିଥାନ୍ତି । ରାସ୍ତାରେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । କିନ୍ତୁ ସବୁ ଦେଖି ଆଖି ବୁଜି ଦେଇଛନ୍ତି ନରସିଂହପୂର-ବଡ଼ମ୍ବା ସ୍ଵାଧୀନ ବିଧାୟକ ବିଜୟ ଦଳବେହେରା।

ଏଇ କିଛିଦିନ ତଳେ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ନିମନ୍ତ୍ରଣ କରିଥିଲେ ଏବଂ ମନ୍ତ୍ରୀ ମଧ୍ୟ ଆସିଥିଲେ, କିନ୍ତୁ ରାସ୍ତାର ଖାଲଖମା ସେମିତି ହୋଇ ପଡ଼ି ରହିଛି । ପ୍ରତ୍ୟେକ ଦିନ ଶହ ବାଲି ବୋଝେଇ ଟ୍ରକ ଯାତାୟତ କରୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତତ୍ କାଳୀନ ସରକାର୍ ସମୟରେ ଏକଡାଳରୁ-ବାଗଧରିଆ ପୂର୍ତ୍ତ ବିଭାଗ ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଝାଜିଆ ରାସ୍ତା, ପୂର୍ତ୍ତ ବିଭାଗର ଗୋପୀନାଥପୁର ରାସ୍ତା, ଶଙ୍ଖାମେରୀ-ଗୋପମଥୁରା ରାସ୍ତା ଚକାଚକ୍ ଥିବା ବେଳେ ଡବଲ ଇଞ୍ଜିନ ସରକାର ସହ ଟ୍ରିପଲ୍ ପ୍ରଶାସନ ଥାଇ ମଧ୍ୟ କେଉଁ କାମକୁ ନୁହନ୍ତି ବୋଲି ଆଲୋଚନା ହେଉଛି । ବାହାପିଆ ସରକାର ମିଛ କହି ଶାସନକୁ ଆସିଥିବା ବେଳେ ଅପାରଗ ପାଲଟିଯାଇଛି ।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦଳବେହେରା କେବଳ ପୂର୍ବ ସରକାର ଓ ଦେବୀ ମିଶ୍ରଙ୍କୁ କଟାକ୍ଷ କରିବା ସହ ନିଜର ଦୋଷ ଦୁର୍ବଳତା ଘୋଡ଼ାଇ କେବଳ ସଭା ସମିତିରେ ସୀମିତ ଥିବା ଜଣାପଡ଼ିଛି । ୧୫ମାସର ବିଧାୟକ ଉକ୍ତ ରାସ୍ତା ଗୁଡ଼ିକ ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଏହି ସବୁ ରାସ୍ତାକୁ ଯିଏ ଦେଖୁଛି, ସିଏ ବିଜୟ ଦଳବେହେରାଙ୍କ ୧୫ମାସର ବିଧାୟକର ବିଜୟ ଧ୍ଵଜ୍ଜା ବିଷୟରେ ଆଲୋଚନା କରିବା ସହ ବିଧାୟକ ଓ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ବିଧାୟକ ଓ ସ୍ଥାନୀୟ ପ୍ରଶାସନ ଏହି ରାସ୍ତା ଗୁଡ଼ିକ ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଜନ ଆନ୍ଦୋଳନ ଦେଖାଦେଇପାରେ ବୋଲି ଅନୁମାନ କରାଯାଉଛି ।


