ନୟାଗଡ଼, (ଓଡ଼ିଶା ଲେଖା): ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ ଜିଲ୍ଲା କାରାଗାର ର ଅନ୍ତେବାସୀଙ୍କୁ ନେଇ କାରାଗାର ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧି କରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରି ନିଜ ବକ୍ତବ୍ୟରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ବଦ୍ଧରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ l
କାରାଗାରର ଅନ୍ତେବାସୀଙ୍କୁ ପରିଷ୍କାର ପରିଛନ୍ନତା ଏବଂ ମାନସିକ ଚାପରୁ ନିବୃତ ରହିବାକୁ ସଚିବଙ୍କ ପରାମର୍ଶ
କାରାଗାରର ଅନ୍ତେବାସୀଙ୍କୁ ଯୋଗ, ପ୍ରାଣାୟାମ ସହିତ ପରିଷ୍କାର ପରିଛନ୍ନତା ଏବଂ ମାନସିକ ଚାପରୁ ନିବୃତ ରହିବାକୁ ପରାମର୍ଶ ଦେଇ ଥିଲେ l ଆମ୍ଭେ ମାନସିକ ଚାପରୁ ମୁକ୍ତ ରହିଲେ ଆମ୍ଭ ସ୍ୱାସ୍ଥ୍ୟ ଭଲ ରହିବ l ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା, ଆଇନ ସେବା ପ୍ରାଧି କରଣ ସଦସ୍ୟା କ୍ଷଣପ୍ରଭା କର, ଆଇନଜିବୀ ପୁଷ୍ପା ଞ୍ଜଳି ମିଶ୍ର, ପ୍ରଭାକର ଉତ୍ତର କବାଟ, ଡାକ୍ତର ସବିତା କୁମାରୀ ବରାଡ, ଡାକ୍ତର ସ୍ମୃତି ରଞ୍ଜନ, ମଧୁସ୍ମିତା ପଣ୍ଡା, ସନ୍ତୋଷ କୁମାର ନାୟକ, ଅଧିକାର ମିତ୍ର, ପ୍ରଫୁଲ୍ଲ କୁମାର ବେହେରା, ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧିକାର ମିତ୍ର ଶୁଭ ସ୍ମିତା ମିଶ୍ର, ବାଣୀ ବନ୍ଦନା ବିଶ୍ୱାଳ ପ୍ରକାଶ ଚନ୍ଦ୍ର ଦଳେଇ, ରୋନିତ ଦଳେଇ, ଅନୁପମା ରାଉତ, ବିଷ୍ଣୁ ଚରଣ ପଟନାୟକ ଏବଂ ଆଇନ ସେବା ପ୍ରାଧି କରଣ କର୍ମଚାରୀ ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସମାଜ ସେବୀ, ଅରୁଣ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l


