ନୟାଗଡ଼, (ଓଡ଼ିଶା ଲେଖା): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ତଥା ବ୍ରହ୍ମପୁର ଲୋକପ୍ରିୟ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କୁ ଗତ 0୬ ଅକ୍ଟୋବର ରାତ୍ର ୧0 ଘଟିକା ସମୟରେ ବର୍ବରଚିତ୍ତ ହତ୍ୟା କୁ ଜିଲ୍ଲା ଓକିଲ ସଙ୍ଘ ସଦସ୍ୟ ମାନେ ତୀବ୍ର ନିନ୍ଦା କରିଛନ୍ତି l ହତ୍ୟାକାରୀ ଙ୍କୁ 48 ଘଣ୍ଟା ମଧ୍ୟରେ ଗିରଫ କରିବା ସହିତ ମାନ୍ୟବର ଓଡିଶା ହାଇକୋର୍ଟ ନ୍ୟାୟାମୁର୍ତିଙ୍କ ଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ ପାଇଁ ସମୟ ଧlର୍ଯ୍ୟ କରାଯାଉ l
ଆଇନଜୀବୀଙ୍କ ସୁରକ୍ଷା ପାଇଁ ଓକିଲ ସୁରକ୍ଷା ଆଇନ ପ୍ରଣୟନ କରାଯାଉ:ଦାବି ରଖିଲା ସଂଘ

ସ୍ବର୍ଗତ ପଣ୍ଡା ଙ୍କ ପରିବାର କୁ ରାଜ୍ୟ ସରକାର ୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ରାଜ୍ୟର ଅନ୍ୟାନ୍ୟ ପୀଡିତା ଆଇନଜୀବୀ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ସାରା ରାଜ୍ୟର ୫0 ହଜାର ଆଇନଜୀବୀ ଙ୍କ ସୁରକ୍ଷା ପାଇଁ ଓକିଲ ସୁରକ୍ଷା ଆଇନ ପ୍ରଣୟନ କରାଯାଉ l ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ଓକିଲ ମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, ଅମୀୟ ପଟ୍ଟନାୟକ, କାର୍ତିକ ନାୟକ, ଦେବାଶିଷ ପଟ୍ଟନାୟକ, ସୁଶାନ୍ତ ମାଝୀ ଏବଂ ସମ୍ପାଦକ ସ୍ବଦେଶ ମିଶ୍ର ସମ୍ମାନ ସହ ପ୍ରମୁଖ ସ୍ମୃତିଚାରଣ କରିଥିଲେ l ସମ୍ପାଦକ ସ୍ବଦେଶ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ l

ଆସନ୍ତା କାଲି ସନ୍ଧ୍ୟାରେ ଆଇନଜୀବୀ ମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ସହର ପରିକ୍ରମା କରବେ ବୋଲି ସଙ୍ଘ ସର୍ବସମ୍ମତ କ୍ରମେ ନିଷ୍ପତି କରାଯାଇଛି l ବାର କାଉନସିଲ ନିଷ୍ପତି ଆଧାରରେ ଆଜି ଜିଲ୍ଲା କୋର୍ଟ ସହିତ ସମସ୍ତ ଅଦାଲତ ରେ ଓକିଲ ମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି lଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ଉପସଭାପତି ଶ୍ରୀ ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ସ୍ବଦେଶ ମିଶ୍ର ଏବଂ ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ l


