Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ଆରକ୍ଷୀ ଅଧକ୍ଷକଙ୍କୁ ଭେଟିଲେ ବିଜେଡି ନେତାବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା:ଖଣ୍ଡପଡ଼ା ଏସଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ

Published October 8, 2025 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ପ୍ରମୂଖ ବିଜେଡି ନେତାମାନେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୁଲିସର ଏକପାଖିଆ ନୀତିକୁ ବିରୋଧ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ ।

ପରିସ୍ଥିତି ନସୁଧୁରିଲେ ହେବ ବଡ଼ ଜନଆନ୍ଦୋଳନ

ଖଣ୍ଡପଡ଼ା ପୁଲିସ ଉପଖଣ୍ଡରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରଗରମ ଆଲୋଚନା ହୋଇଥିଲା । ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ଦଳୀୟ କାର୍ଯ୍ୟକର୍ତ୍ତା ଭଳି ଲୋକଙ୍କୁ ବ୍ୟବହାର କରିବା, ବିନା କାରଣରେ ବିଜୁ ଜନତା ଦଳ ସୋସିଆଲ ମିଡିଆ କର୍ମୀଙ୍କୁ କାର୍ଯ୍ୟାଳୟକୁ ଡକାଇ ଧମକ ଦେବା, ଯୁବକଙ୍କ ମୋବାଇଲ ଗୁଡ଼ିକୁ ଜବରଦସ୍ତ ନିଜ ପାଖରେ ରଖିବା ଏବଂ ପ୍ରତ୍ୟେକ ମାମଲାରେ ପକ୍ଷପାତିତା କରିବାକୁ ନେଇ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସାଧାରଣ ଲୋକଙ୍କୁ ଖଣ୍ଡପଡ଼ା ଓ ଫତେଗଡ଼ ଥାନାରେ ନ୍ୟାୟ ମିଳି ପାରୁନଥିବା ନେଇ ଏସପିଙ୍କୁ ଅଭିଯୋଗ କରାଯାଇଥିଲା ।

ସୁରକ୍ଷା ଦାତା ବଦଳରେ ସଭା ସମିତିର ଅତିଥି ସାଜିଛନ୍ତି ଏସଡିପିଓ

ଏହା ସହିତ ପ୍ରତ୍ୟେକ ଗଣ୍ଡଗୋଳ ଘଟଣାରେ କାଉଣ୍ଟର ମାମଲା କରିବାକୁ ଲୋକଙ୍କୁ ପ୍ରବତ୍ତା ଯାଉଥିବା, ମାରଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଏସ୍‌ପିଙ୍କୁ ଅବଗତ କରାଯାଇଥିଲା । ଏହା ସହିତ ଚାନ୍ଦପୁର ଥାନା ଅଞ୍ଚଳରେ ପୁଲିସ ଆଦିବାସୀ ଲୋକଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଜମି ଛଡ଼ାଇ ନେବାରେ ବ୍ୟବସାୟୀଙ୍କୁ ସହଯୋଗ କରୁଥିବା ନେଇ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଏସ୍‌ପିଙ୍କୁ ଜଣାଇଥିଲେ । ସେହିଭଳି ଭାବେ ଥାନା ଗୁଡ଼ିକରେ ଦଲାଲ ସକ୍ରିୟ ହେବା, ପୁଲିସ ଏକ ପାଖିଆ ଭାବେ କାର୍ଯ୍ୟ କରିବା ଘଟଣାକୁ ଦଶପଲ୍ଲା ବିଧାୟକ ନିନ୍ଦା କରିଥିଲେ । ବିଜେଡି ନେତ୍ରୀ ଇରାନୀ ରାୟ ଇଟାମାଟି ଥାନାରେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ନେଇ ପୁଲିସ ନିର୍ଦ୍ଦୋଶଙ୍କ ନାମରେ ମାମଲା ରୁଜୁ କରିଥିବା କହିଥିଲେ ।

ନୟାଗଡ଼ ବିଧାୟକ ଡ଼ ସାହୁ ଏସ୍‌ପିଙ୍କ ସହ ଆଲୋଚନା କରି ଏଭଳି ସ୍ଥିତିକୁ ଦୂର କରିବାକୁ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ । ନତୁବା ପୁଲିସର ପକ୍ଷପାତିତା ବିରୁଦ୍ଧରେ ଜନଆନ୍ଦୋଳନକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କହିଥିଲେ । ସାଧାରଣ ଲୋକେ ନ୍ୟାୟ ନପାଇଲେ ଆଇନକୁ ହାତକୁ ନେବେ । ଯାହା ଦ୍ୱାରା ଶାନ୍ତି ପ୍ରିୟ ନୟାଗଡ଼ର ଗାରିମା କ୍ଷୁର୍ଣ୍ଣ ହେବ ବୋଲି କହିଥିଲେ । ଏହି ବୈଠକରେ ବିଜୁ ଜନତା ଦଳ ମହିଳା ନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ ଅନେକ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ରହିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 8, 2025 October 8, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?