ବଡ଼ମ୍ବା, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଓଏଏସ ସ୍ତରରେ ଅଦଳ ବଦଳ କରିବା ସହ ଆଉ କେତେକଙ୍କ ବିଭାଗ ପରିବର୍ତ୍ତନ କରିବାର ଲକ୍ଷ ରଖାଯାଇଥିବା ସୂଚନା ମିଳିଛି । ରାଜ୍ୟରେ 38ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ତେବେ କଟକ ଜିଲ୍ଲାର ବଡ଼ମ୍ବା ଓ ବାରଙ୍ଗ ତହସିଲଦାରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ତହସିଲଦାର ନିଯୁକ୍ତ କରାଯାଇଛି । ତେବେ ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନଙ୍କୁ କେନ୍ଦ୍ରାପଡ଼ା ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଇଡିକୋର ଲ୍ୟାଣ୍ଡ ଅଫିସର ମିନାକ୍ଷୀ ଦାସଙ୍କୁ ବାରଙ୍ଗ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ସେହିପରି ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାସଙ୍କୁ ସୁନ୍ଦରଗଡ଼ ଜିଲ୍ଲା କୁର୍ତ୍ତା ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ କୁର୍ତ୍ତା ତହସିଲଦାର ପ୍ରମୋଦ କୁମାର ବକ୍ସିଙ୍କୁ ବଡ଼ମ୍ବା ତହସିଲଦାର ଭାବେ ଅଦଳ ବଦଳ କରାଯାଇଛି ।


