ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଓଏଏସ ସ୍ତରରେ ଅଦଳ ବଦଳ କରିବା ସହ ଆଉ କେତେକଙ୍କ ବିଭାଗ ପରିବର୍ତ୍ତନ କରିବାର ଲକ୍ଷ ରଖାଯାଇଥିବା ସୂଚନା ମିଳିଛି । ରାଜ୍ୟରେ 38ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଛି । ତେବେ ସେଥିରୁ ବାଦ ପଡିନି ନୟାଗଡ଼ ଜିଲ୍ଲା । ନୟାଗଡ଼ ଜିଲ୍ଲା ଭାପୁର ତହସିଲଦାର ଭାବେ କାର୍ଯ୍ୟରତ ଥିବା ଅର୍ଜ୍ଜୁନ ପ୍ରଧାନଙ୍କୁ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ଗଞ୍ଜାମ ଛତ୍ରପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଲୋପାମୁଦ୍ରା ରଥଙ୍କୁ ଭାପୁର ତହସିଲଦାର ଭାବେ ନିଯୁକ୍ତ କରାଯାଇଛି । ସେହିପରି ଗଣିଆ ତହସିଲଦାର ପ୍ରୀତିବାଳା ରଣାଙ୍କୁ ରାଜସ୍ବ ବିଭାଗରୁ ପଞ୍ଚାୟତ ରାଜ ବିଭାଗକୁ ପରିବର୍ତ୍ତନ କରାଯାଇଛି । ଯାହାଫଳରେ ଭବିଷ୍ୟତରେ ବିଡ଼ିଓ ଭାବେ ନିଯୁକ୍ତ କରାଯିବ ବୋଲି ସୂଚନା ମିଳିଛି । କିନ୍ତୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଐଶ୍ୱର୍ଯ୍ୟ ପୃସେଥଙ୍କୁ ଗଣିଆ ତହସିଲଦାର ଭାବେ ନିଯୁକ୍ତ କରାଯାଥିବା ସୂଚନା ମିଳିଛି ।


