ଓଡ଼ିଶା ଲେଖା ଅଫିସ: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତକରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣାନଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟରେ ବିଜେପି ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ମାନନୀୟ ଉପରାଷ୍ଟ୍ରପତିଙ୍କୁ ‘ଓଡ଼ିଶା ଭିଜନ୍ ୨୦୩୬ | ୨୦୪୭’ ପ୍ରଦାନ କରି ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଲି । ଏଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଓଡ଼ିଶା ବିକାଶ ଉପରେ ପରାମର୍ଶ ଦେଇଥିବା ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ସୋସିଆଲ ମିଡ଼ିଆରେ ଫୋଟୋ ପକାଇଛନ୍ତି।


