ଓଡ଼ିଶା ଲେଖା ଅଫିସ: ଭିଜୁଛି ଓଡ଼ିଶା । ଶାରଦୀୟ ଦୁର୍ଗାପୂଜାରେ ବେହାଲ ବର୍ଷା ରାତି ୨ଟା ଆରମ୍ଭ ହୋଇଯାଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଲଘୁଚାପ ବର୍ଷା ଗଭୀର ଅବପାତରେ ପରିଣତ ହୋଇଛି । 30 ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବର୍ଷା ପବନ ଲାଗି ରହିବ । ପୁରୀ-ଜଗତସିଂହପୁର ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ଉତ୍ତର ଉପକୂଳର 14ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଓ 9ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି ହୋଇଛି । ତେବେ ଲଘୁଚାପ ଜନିତ ବର୍ଷା ଗଭୀର ଅବପାତରେ ପରିଣତ ହୋଇ ପାରାଦ୍ୱୀପ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ବୋଲି ସୂଚନା ମିଳିଛି ।


