ଓଡ଼ିଶା ଲେଖା ଅଫିସ: କେନ୍ଦ୍ରକୁ ଗଲେ ଦୁଇ ଆଇଏଏସ ଅଫିସର । ପୂର୍ବରୁ କିଛି ଆଇଏଏସ ଅଫିସରଙ୍କୁ କେନ୍ଦ୍ର ସରକାର କେନ୍ଦ୍ରକୁ ନେଇଥିବା ବେଳେ ପୁଣି ଆଜି ଦୁଇ ଆଇଏଏସ ଅଫିସର ସମର୍ଥ ବର୍ମା ଓ ମହିଳା ଆଇଏଏସ ଅଫିସର ସ୍ଵଧାଦେବ ସିଂଙ୍କୁ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି । ଜନଗଣନା ନିର୍ଦ୍ଦେଶକ ଭାବେ ସ୍ଵଧାଦେବ ସିଂଙ୍କୁ ନେଇଥିବା ବେଳେ ସିପି ଓ ଜଳପଥ ନିର୍ଦ୍ଦେଶକ ଭାବେ ସମର୍ଥ ବର୍ମାଙ୍କୁ ନେଇଥିବା ଜଣାପଡିଛି । ଏହା ଉପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ହେବା ପରେ ଉଭୟ ଆଇଏଏସ ଅଫିସରଙ୍କୁ କେନ୍ଦ୍ରକୁ ପଠାଯାଉଥିବା ସୂଚନା ମିଳିଛି । ଉଭୟ ଆଇଏଏସ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସୁଚାରୁ ରୁପେ କାର୍ଯ୍ୟ କରିଆସିଥିବା ବେଳେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି । ଉଭୟଙ୍କ ବିବାହ ଓଡ଼ିଶାରେ କାର୍ଯ୍ୟ କରୁଥିବା ସମୟରେ ହୋଇଥିଲା ।


