Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ମନୋରଞ୍ଜନ ନୁହେଁ, ସାମାଜିକ ସଚେତନତାର ମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ନାଟକ

Published September 29, 2025 ମନୋରଞ୍ଜନ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନାଟକ ଜୀବନର କଥା କହେ।ଏହା କେବଳ ମନୋରଂଜନ ପାଇଁ ନୁହେଁ। ସମାଜକୁ ସଚେତନ କରିବା ତଥା ନୂତନ ଦିଗ ଦେଖାଇବାର ଏକ ସଶକ୍ତ ମାଧ୍ୟମ। ନାଟକ ସିଧାସଳଖ ଭାବେ ଦର୍ଶକଙ୍କ ହୃଦୟ କୁ ଛୁଏଁ ଏବଂ ସେମାନଙ୍କୁ ଭାବିବା ପାଇଁ ପ୍ରେରିତ କରେ ମଧ୍ୟ। ଏଥିପାଇଁ ନାଟକକୁ ସମାଜର ଦର୍ପଣ କୁହାଯାଏ ବୋଲି ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଇନସ୍ପାୟାର ସଭାଗୃହ ପରିସରରେ ନୟାଗଡ଼ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ନୟାଗଡ଼ ର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଓ ନାଟ୍ୟକାର ଶ୍ରୀଧର ସାହୁ ଏବଂ କବୀ ଗୀତାଞ୍ଜଳି ମହାପାତ୍ର ଯୋଗଦେଇ ନାଟକର ସ୍ୱରୂପ ତଥା ନୟାଗଡ଼ ନାଟକର ବିକାଶ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ନାଟ୍ୟ ସଂଘର ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ଅଧ୍ୟାପିକା ନିଳୀମା ନନ୍ଦ।

ଏହି ଅବସରରେ +୨ ଓ +୩ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକକ ଅଭିନୟ , ମୁକାଭିନୟ ଓ ସଂଳାପ କହିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏକକ ଅଭିନୟ ରେ ଅଭିଲିପ୍ସା ସାହୁ, ଶୁଭଶ୍ରୀ ନାୟକ, ବିଶ୍ୱଜିତ ରାଉତ, ସେହିପରି ସଂଳାପ କହିବାରେ ସାଗର ବେହେରା, ରୋଜାଲିନ ଦାଶ, ସୁମିତ ପାଲ୍ ଏବଂ ମୁକାଭିନୟରେ ଦୀପଙ୍କର ଦାଶ, ଶୁଭାଶିଷ ଦାଶ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ବିଦ୍ୟା ବିଜିତା ମହାନ୍ତି ଙ୍କୁ ସ୍ଵତନ୍ତ୍ର ବିଚାରକ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥି ବିଚାରକ ରୂପେ ଯୋଗଦେଇଥିଲେ ମିଷ୍ଟର କାଳିଆ, କାମାକ୍ଷା ପ୍ରସାଦ ଦାଶ ଓ ଗୋକୁଳ କୁମାର ଷଡ଼ଙ୍ଗୀ।

ବରିଷ୍ଠ ଅଭିନେତା ନିରଞ୍ଜନ ନାୟକ ଙ୍କ ବରିଷ୍ଠ ନାଗରିକଙ୍କ ସମସ୍ୟା କୁ ନେଇ ଏକକ ଅଭିନୟ ଥିଲା ହୃଦୟସ୍ପର୍ଶୀ। ସମଗ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେଉଥିବାରୁ ଉପସ୍ଥିତ ନାଟ୍ୟକର୍ମୀମାନେ ଓଡ଼ିଶା ନାଟ୍ୟ ସଂଘ ର ସଭାପତି ଜାତୀୟସ୍ତରର ପ୍ରସିଦ୍ଧି ପ୍ରାପ୍ତ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଓ ବିଶିଷ୍ଟ ଅଭିନେତା ତଥା ଓଡ଼ିଶା ନାଟ୍ୟ ସଂଘ ର ସଂପାଦକ ଶୁଭକାନ୍ତ ପାଢ଼ୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha September 29, 2025 September 29, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ମନୋରଞ୍ଜନ

ମିଠା ମିଠା ଗୀତର ସଂଜରେ: ଗୀତ ଶୁଣି ମଜ୍ଜା ଉଠାଇଲେ ଦର୍ଶକ

Odisha Lekha June 14, 2026
ମନୋରଞ୍ଜନ

ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା:ନୟଗଡ଼ିଆ ବୋଲି ଗର୍ବ କରୁଛେ:ରମେଶ ଦିପ୍ତିରେଖାଙ୍କ କଣ୍ଠ ସ୍ଵରରେ ଝୁମିଲେ ଦର୍ଶକ

Odisha Lekha December 28, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟା:ମଞ୍ଚରେ ଉଠିଲା ମେଡିକାଲ କଲେଜ ନିର୍ମାଣ ଦାବି:ଲୋକଙ୍କ ମତ ଅନୁସାରେ ହେବ ମେଡିକାଲ୍ କଲେଜ:ଦୁଷ୍ମନ୍ତ

Odisha Lekha December 27, 2025
ମନୋରଞ୍ଜନ

ସାଇ ଶିକ୍ଷା ନିକେତନର ପ୍ରଥମ ବାର୍ଷିକ ଉତ୍ସବ:ଛାତ୍ରଛାତ୍ରୀଙ୍କ ପାଖରେ ଅତିରିକ୍ତ ଭାବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଅଭିଭାବକ ମାନେ ତୁଲାଇବାର ଆବଶ୍ୟକ:ଅରୁଣ

Odisha Lekha December 26, 2025
ମନୋରଞ୍ଜନସ୍ୱତନ୍ତ୍ର ଖବର

ନୟାଗଡ଼ ଜିଲ୍ଲା ମହୋତ୍ସବ ପଲିଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା-୨୦୨୫ ଉଦଘାଟିତ: ନୟାଗଡ଼ ମାଟି ସହ କଳା ସଂସ୍କୃତି ଐତିହ୍ୟ ପରି ପୁରକ ଭାବେ ଜଡ଼ିତ:ମନ୍ତ୍ରୀ

Odisha Lekha December 25, 2025
ମନୋରଞ୍ଜନ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୧ତମ ବାର୍ଷିକ ଉତ୍ସବ:ବିଦ୍ୟା ମନ୍ଦିରର ମୁଖପତ୍ର ‘ରୁକ୍ଷୀଫୁଲ’ ଉନ୍ମୋଚନ

Odisha Lekha December 21, 2025
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?