ଓଡ଼ିଶା ଲେଖା ଅଫିସ: ଏସିଆ କପ କବଜା କଲା ଭାରତ। ପାକିସ୍ତାନ କୁ 5 ୱେକେଟରେ ହରାଇ ଭାରତ ଏସିଆ କପ ଟ୍ରଫି ଅକ୍ତିଆର କରିଛି। ତିଳକ ବର୍ମାଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ଏସିଆ କପ ହାତେଇବାରେ ସକ୍ଷମ ହୋଇଛି। ତେବେ ଏସିଆ କପ T-20 ମ୍ୟାଚ ରେ ଆଜି ଭାରତ-ପାକିସ୍ତାନ ଫାଇନାଲରେ ମୁଁହାମୁହିଁ ହୋଇଥିଲେ। ଭାରତ ଟସ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 19.1 ଓଭରେ ସମସ୍ତ ୱେକେଟ ହରାଇ 146ରନ କରିବାରେ ସକ୍ଷମ ହୋଇଥିଲା ।

ପାକିସ୍ତାନ ର ଖେଳାଳୀ ସହବଜାଦା 38ବଲରେ 3ଟି ଛକା ଓ 5ଟି ଚୌକା ସହାୟତାରେ 57ରନ କରିଥିବା ବେଳେ ଫକର ଜାମନ 35ବଲ ସମ୍ମୁଖୀନ ହୋଇ 2ଟି ଛକା ଓ 2ଟି ଚୌକା ସହାୟତାରେ 46ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଏହି ଦୁଇଟି ୱେକେଟ ଖସିବା ପରେ ପାକିସ୍ତାନର ଖେଳାଳୀ ମାନେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ କରି ନପାରି 19.1ଓଭରରେ ସମସ୍ତ ୱେକେଟ ହରାଇ 146ରନ କରିବାରେ ସକ୍ଷମ ହୋଇଥିଲା।

ଭାରତୀୟ ବୋଲର ମଧ୍ୟରୁ କୁଲଦୀପ ୟାଦବ ସର୍ବାଧିକ 4ଟି ୱେକେଟ ନେଇଥିବା ବେଳେ ଯଶପ୍ରୀତ ବୁମରାହା, ବରୁନ ଚକ୍ରବତୀ ଓ ଅକ୍ଷର ପଟେଲ 2ଟି ଲେଖାଏଁ ୱେକେଟ ନେଇଥିଲେ । ଭାରତ 147ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ପ୍ରବେଶ କରିଥିଲା କିନ୍ତୁ ଖେଳ ଆରମ୍ଭ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ କ୍ରୀଡା ପ୍ରେମୀ। ତେବେ ତିଳକ ବର୍ମାଙ୍କ ଦମଦାର ଅର୍ଦ୍ଧ ଶତକ ଭାରତକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲା। ତିଳକ ବର୍ମା 53ବଲ ସମ୍ମୁଖୀନ ହୋଇ 4ଟି ଛକା ଓ 3ଟି ଚୌକା ସହାୟତାରେ 69ରନ କରିଥିବା ବେଳେ ଶିଭମ ଦୁବେ 33ରନ, ସଞ୍ଜୁ ସାମସନ24ରନଓ ଶୁଭମନ ଗିଲ 12ରନ କରିଥିଲେ ।

ଭାରତ ନିର୍ଦ୍ଧାରିତ 20ଓଭର ପୂର୍ବରୁ ମୂଲ୍ୟବାନ 5ଟି ୱେକେଟ ହରାଇ 150ରନ କରି T-20 ଏସିଆ କପ ଟାଇଟଲ ହାସଲ କରିଛି। କୁଲଦୀପ ୟାଦବ ମ୍ୟାନ ଅଫ ଦ ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଛି। ଭାରତ ଦଳର କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ T-20 ଏସିଆ ଟ୍ରଫି ଗ୍ରହଣ କରିଥିଲେ।

ଭାରତ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ଏକ୍ସରେ ଭାରତୀୟ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପଡ଼ିଆରେ ମଧ୍ୟ ଅପରେସନ ସିନ୍ଦୂର ବୋଲି ଟ୍ୟୁଇଟି କରିଛନ୍ତି ।

