ଓଡ଼ିଶା ଲେଖା ଅଫିସ: ବିସିସିଆଇର 94ତମ ସାଧାରଣ ବୈଠକ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ପୁରୁଷ କ୍ରିକେଟ ଟିମ ଚୟନ କମିଟି ଗଠନ କରାଯାଇଛି। ତେବେ ଏହି ଚୟନ କମିଟି ଓଡ଼ିଆ ଖେଳାଳୀ ପ୍ରଜ୍ଞାନ ଓଝାଙ୍କୁ ସାମିଲ କରାଯାଇଛି। ବିସିସିଆଇ ପୁରୁଷ କ୍ରିକେଟ ଟିମର ଚୟନ କର୍ତ୍ତା ଭାବେ ଅଜିତ ଅଗରକରଙ୍କୁ ଚେୟାରପର୍ସନ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଶିବ ସୁନ୍ଦର ଦାସ, ଅଜୟ ରଥ, ଆର.ପି ସିଂ ଓ ପ୍ରଜ୍ଞାନ ଓଝାଙ୍କୁ ସାମିଲ କରାଯାଇଛି।


