Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜୟ ମା ଶୁକ୍ରମଲ୍ଲୀ ଠାକୁରାଣୀ:ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

Published September 28, 2025 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ଓଡିଶାର ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ପ୍ରାକୃତିକ ଶୋଭାରାଶି ତଥା ପୌରାଣିକ କୀର୍ତ୍ତୀରାଜି ସମଗ୍ର ଭାରତବର୍ଷରେ ଏକ ଅଭିନବ ଉଦାହରଣ ସୃଷ୍ଟି କରିପାରିଛି । ଉତ୍କଳୀୟ ସଂସ୍କୃତି, ସଭ୍ୟତା ତଥା ମନୋରମ ପର୍ଯ୍ୟଟନସ୍ଥଳୀ ସାରା ବିଶ୍ୱର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିପାରିଛି । ତନ୍‌ମଧ୍ୟରୁ ଅନେକ ଉଚ୍ଚକୋଟୀର ପର୍ଯ୍ୟଟନସ୍ଥଳୀ, ପ୍ରସିଦ୍ଧ ପୌରାଣିକ ପୀଠ ତଥା ଅପଚାପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ନୟାଗଡ଼ । କିଛି ପୁରାଣ ବର୍ଣ୍ଣିତ ଏବଂ ଲୋକବାଣୀର ଆଧାରରେ ଆଧାରିତ ଅନେକ ମନୋରମ ସୌନ୍ଦର୍ଯ୍ୟ ତଥା ଲୁକ୍କାୟିତ ଦର୍ଶନୀୟ ସ୍ଥାନ ଜନମାନସର ପ୍ରଚ୍ଛଦପଟରେ ରହିଆସିଛି । ଏମିତି ଏକ ପ୍ରଚ୍ଛଦପଟର ପୌରାଣିକ ପୀଠ ଶୁକରମଲ୍ଲ ପାହାଡ଼ ଓ ଏହାର ଆରାଧ୍ୟଦେବୀ “ମା’ ଶୁକ୍ରମଲ୍ଲୀ” ।

Oplus_16908288

ନୟାଗଡ଼ ସଦର ମହକୁମାରୁ ମାତ୍ର ୧୩ କି.ମି. ଦୂରରେ ଅବସ୍ଥିତ ନଛିପୁର ଗ୍ରାମ, ଯାହାକି ଇକିରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ । ଗ୍ରାମର ପାଦଦେଶରେ ଶୋଭା ପାଉଛି । ଚିର ସବୁଜ ବନାନୀ ଏବଂ ପ୍ରବୋ ଦ୍ୱାରରେ ବିରାଜିତା ପ୍ରତ୍ୟକ୍ଷ ଠାକୁରାଣୀ “ମା’ ଶୁକଳବୁଢ଼ୀ” । ଏହାର ପାଦଦେଶରୁ ଲମ୍ବିଯାଇଛି ସୁଉଚ୍ଚ ଘଞ୍ଚ ନିବିଡ଼ ବନରାଜିର ଅପୂର୍ବ ଶୋଭା ଏବଂ ଗୋଟି, ପାଶ୍ୱର୍ରେ ଦିଗବଳୟ ଯାଏଁ ଲମ୍ବି ଯାଇଛି ସବୁଜ ଶସ୍ୟ କ୍ଷେତ୍ର । ପ୍ରାକୃତିକ ଜଳାଶୟ, ବନରାଜି ଏବଂ ବନ୍ୟ ଜୀବଜନ୍ତୁଙ୍କ ଅପୂର୍ବ କୋଳାହଳ ଓ କିଚିରିମିଚିରି ଶବ୍ଦ ହୃଦୟରେ ଅପୂର୍ବ ଶିହରଣ ସୃଷ୍ଟି କରେ ।

Oplus_16908288

ପାହାଡ଼ର ଅନେକ ଦୂର ଅତିକ୍ରମ କଲେ ପାହାଡ଼ର ଶୀର୍ଷଦେଶରେ ବିରାଜିତା ମା’ ଶୁକ୍ରମଲ୍ଲୀ ଠାକୁରାଣୀ । ପୁରାତନ ଲୋକନାଥ ଅନୁଯାୟୀ ଶୁଳିଆ ଓ ଶୁକ୍ରମଲ୍ଲୀ ଦୁଇ ଭଉଣୀ । ନୟାଗନ ଭୌଗୋଳିକ ମାନଚିତ୍ରରେ ଏକ ପାଶ୍ୱର୍ରେ ଶୁଳିଆ ଓ ଅନ୍ୟ ପାଶ୍ୱର୍ରେ ଶୁକରମଲ୍ଲ ପାହାଡ଼ ଅବସ୍ଥିତ । ପୁରାତନ ମତବାଦରେ କୁହାଯାଏ ଯେତେବେଳେ କଳାପାହାଡ଼ ଉତ୍କଳୀୟ ମନ୍ଦିର, ଐତିହ୍ୟ ତଥା କୀର୍ତ୍ତୀରାଜି କୁ ଧ୍ୱଂସବିଧ୍ୱଂସ କରିଥିଲା । ସେତେବେଳେ ମା’ ଶୁକ୍ରମଲ୍ଲୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ମା’ ଶୁକ୍ରମଲ୍ଲୀ ଘୋଡାରେ ବସି ଚାଲି ଯାଇଥିଲେ ଏବଂ ତାଙ୍କ ପଛରେ କଳାପାହାଡ଼, ଶୁକରମଲ୍ଲ ପାହାଡ଼ର ଶୀର୍ଷରେ ଥିବା ତିନୋଟି ବିରାଟ ପ୍ରସ୍ତରଖଣ୍ଡ ଦ୍ୱାରା ଆଛାଦିନ ପ୍ରସ୍ତର ଗୁମ୍ଫାରେ ଆଶ୍ରୟ ନେଲେ ‘ମା’ ଶୁକ୍ରମଲ୍ଲୀ’ । ତାଙ୍କରି ନାମ ଅନୁସାରେ ପାହାଡ଼ର ନାମ ‘ଶୁକରମଲ୍ଲ’ । ଅଦ୍ୟାବଧି ମା’ଙ୍କ ଗୁମ୍ଫା ରେ ଘୋଡାର ଟାପୁ ଚିହ୍ନ ତଥା କଳାପାହାଡ଼ ଦ୍ୱାରା ନିକ୍ଷେପିତ ଶାବଳ ମାଡ଼ରେ ଚିହ୍ନ ପରିଲିକ୍ଷିତ ହୁଏ ।

ପୁରାତନ କିମ୍ବଦନ୍ତୀ, ଧର୍ମୀୟ ଭାବନା ଆଧାରରେ ପାଖାପାଖି ୨୫-୩୦ ଖଣ୍ଡ ଗାଁର ଆରାଧ୍ୟ ‘ମା’ ଶୁକ୍ରମଲ୍ଲୀ ଠାକୁରାଣୀ’ ପ୍ରତ୍ୟେକ ନୂଆବର୍ଷ ତଥା ବିଭିନ୍ନ ଯାନିଯାତ୍ରାରେ ଅନେକ ସଂଖ୍ୟକ ପର୍ଯ୍ୟଟକ ବଣଭୋଜି ପାଇଁ ପାହାଡ଼ର ଶୀର୍ଷଦୋ ଯାତ୍ରା କରିଥାନ୍ତି ଏବଂ ମା’ଙ୍କ କୃପାସାନିଧ୍ୟକୁ ଉପଲବ୍ଧ କରିବା ସହ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ପ୍ରାପ୍ତ ହୋଇଥାନ୍ତି । ସୁପ୍ତ ତଥା ଅବହେଳିତ ଏହି କୀର୍ତ୍ତୀରାଜି ପ୍ରତି ସରକାର ତଥା ପ୍ରଶାସନର ଦୃଷ୍ଟିଗୋଚରକୁ ନିଆଗଲେ ନୟାଗଡ଼ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 28, 2025 September 28, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ହିଂସା:ଗୁରୁତର ଆହତ କଂଗ୍ରେସ କର୍ମୀ ପ୍ରହଲ୍ଲାଦଙ୍କୁ ଭେଟିଲେ ଅରୁଣ ସାହୁ
ଜିଲ୍ଲା ଖବର
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା

Odisha Lekha October 16, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ମାଟିରେ ସ୍ୱାଧୀନତା ସଂଗ୍ରାମର ଅମର ଗାଥା:ଅକ୍ଟୋବର ୧୦ରେ ସହିଦ ହୋଇଥିଲେ ଆଦିବାସୀ ନେତା କଷ୍ଟି ଡାକୁଆ

Odisha Lekha October 10, 2026
ସ୍ୱତନ୍ତ୍ର ଖବର

ସ୍ୱାଧୀନତାର ୮୦ ବର୍ଷ – ଆମେ କେଉଁଠି ?

Odisha Lekha October 4, 2026
ସ୍ୱତନ୍ତ୍ର ଖବର

ନୟାଗଡ଼ର ଦୁଇ ପୂର୍ବତନ ଏସ୍‌ପିଙ୍କ ଭିନ୍ନ ଅନ୍ଦାଜ:ଜଣଙ୍କ କଠୋର ଅପରାଧ ଦମନ, ଆଉ ଜଣଙ୍କ ଲୋକସମ୍ପର୍କ ଓ ମାନବିକତା

Odisha Lekha October 1, 2026
ସ୍ୱତନ୍ତ୍ର ଖବର

ପାର୍ବଣ ଋତୁରେ ‘ଓଡ଼ିଶା ଲେଖା’ର ପୂଜା ଧମାକା :ଆସୁଛି ଲକି ଡ୍ର କୂପନ:୩୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର

Odisha Lekha September 25, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ନୟାଗଡ଼ର ସୂର୍ଯ୍ୟୋଦୟ

Odisha Lekha September 16, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?