ନୟାଗଡ଼, (ଓଡ଼ିଶା ଲେଖା): ଓଡିଶାର ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ପ୍ରାକୃତିକ ଶୋଭାରାଶି ତଥା ପୌରାଣିକ କୀର୍ତ୍ତୀରାଜି ସମଗ୍ର ଭାରତବର୍ଷରେ ଏକ ଅଭିନବ ଉଦାହରଣ ସୃଷ୍ଟି କରିପାରିଛି । ଉତ୍କଳୀୟ ସଂସ୍କୃତି, ସଭ୍ୟତା ତଥା ମନୋରମ ପର୍ଯ୍ୟଟନସ୍ଥଳୀ ସାରା ବିଶ୍ୱର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିପାରିଛି । ତନ୍ମଧ୍ୟରୁ ଅନେକ ଉଚ୍ଚକୋଟୀର ପର୍ଯ୍ୟଟନସ୍ଥଳୀ, ପ୍ରସିଦ୍ଧ ପୌରାଣିକ ପୀଠ ତଥା ଅପଚାପ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ନୟାଗଡ଼ । କିଛି ପୁରାଣ ବର୍ଣ୍ଣିତ ଏବଂ ଲୋକବାଣୀର ଆଧାରରେ ଆଧାରିତ ଅନେକ ମନୋରମ ସୌନ୍ଦର୍ଯ୍ୟ ତଥା ଲୁକ୍କାୟିତ ଦର୍ଶନୀୟ ସ୍ଥାନ ଜନମାନସର ପ୍ରଚ୍ଛଦପଟରେ ରହିଆସିଛି । ଏମିତି ଏକ ପ୍ରଚ୍ଛଦପଟର ପୌରାଣିକ ପୀଠ ଶୁକରମଲ୍ଲ ପାହାଡ଼ ଓ ଏହାର ଆରାଧ୍ୟଦେବୀ “ମା’ ଶୁକ୍ରମଲ୍ଲୀ” ।

ନୟାଗଡ଼ ସଦର ମହକୁମାରୁ ମାତ୍ର ୧୩ କି.ମି. ଦୂରରେ ଅବସ୍ଥିତ ନଛିପୁର ଗ୍ରାମ, ଯାହାକି ଇକିରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ । ଗ୍ରାମର ପାଦଦେଶରେ ଶୋଭା ପାଉଛି । ଚିର ସବୁଜ ବନାନୀ ଏବଂ ପ୍ରବୋ ଦ୍ୱାରରେ ବିରାଜିତା ପ୍ରତ୍ୟକ୍ଷ ଠାକୁରାଣୀ “ମା’ ଶୁକଳବୁଢ଼ୀ” । ଏହାର ପାଦଦେଶରୁ ଲମ୍ବିଯାଇଛି ସୁଉଚ୍ଚ ଘଞ୍ଚ ନିବିଡ଼ ବନରାଜିର ଅପୂର୍ବ ଶୋଭା ଏବଂ ଗୋଟି, ପାଶ୍ୱର୍ରେ ଦିଗବଳୟ ଯାଏଁ ଲମ୍ବି ଯାଇଛି ସବୁଜ ଶସ୍ୟ କ୍ଷେତ୍ର । ପ୍ରାକୃତିକ ଜଳାଶୟ, ବନରାଜି ଏବଂ ବନ୍ୟ ଜୀବଜନ୍ତୁଙ୍କ ଅପୂର୍ବ କୋଳାହଳ ଓ କିଚିରିମିଚିରି ଶବ୍ଦ ହୃଦୟରେ ଅପୂର୍ବ ଶିହରଣ ସୃଷ୍ଟି କରେ ।

ପାହାଡ଼ର ଅନେକ ଦୂର ଅତିକ୍ରମ କଲେ ପାହାଡ଼ର ଶୀର୍ଷଦେଶରେ ବିରାଜିତା ମା’ ଶୁକ୍ରମଲ୍ଲୀ ଠାକୁରାଣୀ । ପୁରାତନ ଲୋକନାଥ ଅନୁଯାୟୀ ଶୁଳିଆ ଓ ଶୁକ୍ରମଲ୍ଲୀ ଦୁଇ ଭଉଣୀ । ନୟାଗନ ଭୌଗୋଳିକ ମାନଚିତ୍ରରେ ଏକ ପାଶ୍ୱର୍ରେ ଶୁଳିଆ ଓ ଅନ୍ୟ ପାଶ୍ୱର୍ରେ ଶୁକରମଲ୍ଲ ପାହାଡ଼ ଅବସ୍ଥିତ । ପୁରାତନ ମତବାଦରେ କୁହାଯାଏ ଯେତେବେଳେ କଳାପାହାଡ଼ ଉତ୍କଳୀୟ ମନ୍ଦିର, ଐତିହ୍ୟ ତଥା କୀର୍ତ୍ତୀରାଜି କୁ ଧ୍ୱଂସବିଧ୍ୱଂସ କରିଥିଲା । ସେତେବେଳେ ମା’ ଶୁକ୍ରମଲ୍ଲୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ମା’ ଶୁକ୍ରମଲ୍ଲୀ ଘୋଡାରେ ବସି ଚାଲି ଯାଇଥିଲେ ଏବଂ ତାଙ୍କ ପଛରେ କଳାପାହାଡ଼, ଶୁକରମଲ୍ଲ ପାହାଡ଼ର ଶୀର୍ଷରେ ଥିବା ତିନୋଟି ବିରାଟ ପ୍ରସ୍ତରଖଣ୍ଡ ଦ୍ୱାରା ଆଛାଦିନ ପ୍ରସ୍ତର ଗୁମ୍ଫାରେ ଆଶ୍ରୟ ନେଲେ ‘ମା’ ଶୁକ୍ରମଲ୍ଲୀ’ । ତାଙ୍କରି ନାମ ଅନୁସାରେ ପାହାଡ଼ର ନାମ ‘ଶୁକରମଲ୍ଲ’ । ଅଦ୍ୟାବଧି ମା’ଙ୍କ ଗୁମ୍ଫା ରେ ଘୋଡାର ଟାପୁ ଚିହ୍ନ ତଥା କଳାପାହାଡ଼ ଦ୍ୱାରା ନିକ୍ଷେପିତ ଶାବଳ ମାଡ଼ରେ ଚିହ୍ନ ପରିଲିକ୍ଷିତ ହୁଏ ।

ପୁରାତନ କିମ୍ବଦନ୍ତୀ, ଧର୍ମୀୟ ଭାବନା ଆଧାରରେ ପାଖାପାଖି ୨୫-୩୦ ଖଣ୍ଡ ଗାଁର ଆରାଧ୍ୟ ‘ମା’ ଶୁକ୍ରମଲ୍ଲୀ ଠାକୁରାଣୀ’ ପ୍ରତ୍ୟେକ ନୂଆବର୍ଷ ତଥା ବିଭିନ୍ନ ଯାନିଯାତ୍ରାରେ ଅନେକ ସଂଖ୍ୟକ ପର୍ଯ୍ୟଟକ ବଣଭୋଜି ପାଇଁ ପାହାଡ଼ର ଶୀର୍ଷଦୋ ଯାତ୍ରା କରିଥାନ୍ତି ଏବଂ ମା’ଙ୍କ କୃପାସାନିଧ୍ୟକୁ ଉପଲବ୍ଧ କରିବା ସହ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ପ୍ରାପ୍ତ ହୋଇଥାନ୍ତି । ସୁପ୍ତ ତଥା ଅବହେଳିତ ଏହି କୀର୍ତ୍ତୀରାଜି ପ୍ରତି ସରକାର ତଥା ପ୍ରଶାସନର ଦୃଷ୍ଟିଗୋଚରକୁ ନିଆଗଲେ ନୟାଗଡ଼ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


