ନୟାଗଡ଼, (ଓଡ଼ିଶା ଲେଖା): ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରିଣୀ ସୃଷ୍ଟି ପ୍ରଧାନ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ସର୍ବମୋଟ ୧୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ତତ୍ ପରେ ସନ୍ଧ୍ୟାରେ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଶିଶୁ ମାନଙ୍କ ନିମନ୍ତେ ଏକ ଶିକ୍ଷକ ଓ ଅଭିଭାବକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଡେପୁଟି କଲେକ୍ଟର ତପ୍ତି ରାଜ ଯୋଗଦେଇ ଶିଶୁ ଏବଂ ଅଭିଭାବକ ମାନଙ୍କୁ ଉତ୍ସାହିତ ଏବଂ ସଚେତନ କରିବା ସହ ପୂର୍ବରୁ ହୋଇଥିବା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଫାଉଣ୍ଡେସନ ର ଅଧକ୍ଷ ଡକ୍ଟର ପ୍ରୀତମ ମହାପାତ୍ର ବିଗତ ବର୍ଷରେ ହୋଇଥିବା କାର୍ଯ୍ୟ ଗୁଡିକର ବିବରଣୀ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବରେ ରକ୍ତ ଭଣ୍ଡାରର ସଂଯୋଜକ ଅଜୟ ପଟ୍ଟନାୟକ ଅଭିଭାଷଣ ରଖିଥିଲେ। ସଂସ୍ଥାରେ କାର୍ଯ୍ୟରତ ସ୍ୱତନ୍ତ୍ର ଶିକ୍ଷୟତ୍ରୀ ସବିତା ରାଉତ ମଞ୍ଚ ପରିଚାଳନା କରିଥିଲେ।ସର୍ବ ଶେଷରେ ସମାଜସେବି ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


