କଟକ, (ଓଡ଼ିଶା ଲେଖା): କଟକ ମହାନଗର ନିଗର ତତଫରୁ ଆଜି ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ ହୋଇଯାଇଛି। କଟକ ମହାନଗର ନିଗମର ମେୟର ସୁବାଷ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋସ୍, ବିଧାୟକ ଶୋଭିକ୍ ବିଶ୍ୱାଳ, ବିଧାୟକ ପ୍ରକାଶ ସେଠୀ ଅତିଥି ଭାବେ ଯୋଗ ଦେଇ ବିଶ୍ୱନାଥ ପଣ୍ଡିତ ପାଠାଗାରର ଉଦଘାଟନ କରିଥିଲେ। ଆଜିର ଏହି ପାଠାଗାର ଉଦଘାଟନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସାଇ ଯମୁନା ପବ୍ଲିକେସନର ଯୁବ ପ୍ରକାଶକ ସୌମ୍ୟ ରଞ୍ଜନ ଭୂୟାଁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।


