Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଚକ୍ଷୁଦାନ କଲେ ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀ:ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ତ୍ୟ:ଝିଅ ଦେଲା ମୁଖାଗ୍ନି

Published July 7, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଥିଲା । ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ପରେ ପରିବାର ସମ୍ମତିକ୍ରମେ ତାଙ୍କ ଚକ୍ଷୁଦାନ କରାଯାଇଛି । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ନୟାଗଡ଼ ବ୍ଲକ ପରିସରକୁ ଅଣାଯାଇଥିଲା । ସିଡିପିଓ କାର୍ଯ୍ୟାଳୟଠାରେ ବହୁ ଅଙ୍ଗନବାଡ଼ି କର୍ମୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ରିଦାଶପୁର ସ୍ଥିତ ବାସଭବନକୁ ଅଣାଯାଇଥିଲା ।

ସେଠାରେ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ସହ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ବହୁ ଲୋକଙ୍କ ସହ ଶବ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ଏକ ମାତ୍ର ଝିଅ ଅଳକା ପଣ୍ଡା ମୁଖାଗ୍ନି ଦେଇଥିଲେ । ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଜ୍ୟୋତ୍ସାମୟୀ ନୟାଗଡ଼ର ପ୍ରମୂଖ କୃଷକ ନେତା ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତ୍ସାମୟୀ ନୟାଗଡ଼ ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ ।

ସୋମବାର ସେ କ୍ରିଦାଶପୁର ସ୍ଥିତି ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ବସି ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । ଗାଁ ନିକଟରେ ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା । ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha July 7, 2026 July 7, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର
ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ;ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା:୧୦ ପ୍ରଶ୍ନର ଜବାବ୍ ମାଗିଲେ ଅରୁଣ
ରାଜନୀତି ରାଜ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର
ରାଜ୍ୟ ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Odisha Lekha July 15, 2026
ସ୍ୱତନ୍ତ୍ର ଖବର

ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

Odisha Lekha July 14, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?