Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ

Published July 15, 2026 ସ୍ୱତନ୍ତ୍ର ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପଯାଇଛି। ରଥ ନିର୍ମାଣ ପାଇଁ ବ୍ଯବହୃତ ହେଉଥିବା ଫାସି, ଅସନ, ଧଉରା ଗଛର ଅଭାବକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ବାଦବିବାଦରୁ ଦୂରେଇ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିଜ ନିଜ ଜମିବାଡିରେ ଫାସି ଗଛ ଲଗାଇ ତାକୁ ଯତ୍ନ ସହକାରେ ବଡକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ସମର୍ପଣ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଫାସି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା ଓ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

ରଥ ନିର୍ମାଣ ପାଇଁ ଆବଶ୍ଯକ କାଠ ନୟାଗଡ଼ ବନଖଣ୍ଡ ରୁ ସରି ସରି ଯାଉଥିବା ବେଳେ ଏହି ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ବୋଲି ମୁଖ୍ଯ ଅତିଥି ଜିଲ୍ଲାପାଳ କହିଥିଲେ। ପରିବେଶ ସୁରକ୍ଷା ହେବ ତା ସହିତ ରଥ ପାଇଁ କାଠର ଅଭାବ ଦୂର ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସର୍ବ ପ୍ରଥମେ ବିଦ୍ଯାଳୟ ପରିସରରେ ଅତିଥି ମାନେ ଏକ ଫାସି ଚାରା ରୋପଣ କରିଥିଲେ।ତାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଳତୀ ସହିତ ଏକ ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ଚାଳିଶ ଜଣ ଜଗନ୍ନାଥ ପ୍ରେମୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନଙ୍କୁ ଫାସି ଚାରା ବଣ୍ଟନ କରିଥିଲେ। ଅଭିଭାବକ ମାନେ ନିଜ ଜମିବାଡିରେ ଏହି ଚାରା ରୋପଣ କରି ପ୍ରତିଦିନ ସନ୍ଧ୍ଯାରେ ଧୂପ ଦୀପ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏହି ଗଛ ମାଧ୍ୟମରେ ଦର୍ଶନ କରିବେ ବୋଲି ମତବ୍ଯକ୍ତ କରିଥିଲେ। ଯେଉଁ ମାନେ ଏହି କାର୍ଯ୍ୟକ୍ରମ ଜରିଆରେ ଚାରା ସଂଗ୍ରହ କଲେ ସେମାନେ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିଛନ୍ତି, ଯେଉଁ ଫର୍ମ ନୟାଗଡ଼ ବନଖଣ୍ଡ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପ୍ରେରଣ କରାଯିବ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ଭାରତ ବିକାଶ ପରିଷଦ ର ସଦସ୍ଯ ଦୁର୍ଯ୍ୟୋଧନ ସାହୁ, ଉଦୟନାଥ ସାହୁ, ଶ୍ରୀକୁମର ରଥ, ସୂର୍ଯ୍ଯମଣି ସାହୁ ଯୋଗଦେଇ ଥିଲା ବେଳେ ସଂଗୀତ ଗୁରୁ ରଜନୀକାନ୍ତ ମହାପାତ୍ର, ରୋଟାରିଆନ ତଥା ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍’ ର ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକଙ୍କ ସମେତ ବିଦ୍ଯାଳୟର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha July 15, 2026 July 15, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ସ୍ୱତନ୍ତ୍ର ଖବର

ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ

Odisha Lekha August 31, 2026
ସ୍ୱତନ୍ତ୍ର ଖବର

ସମ୍ପାଦକୀୟ:ପ୍ରଥମ ବର୍ଷରେ ‘ଓଡ଼ିଶା ଲେଖା’

Odisha Lekha August 15, 2026
ସ୍ୱତନ୍ତ୍ର ଖବର

ମେଧାବୀ ଛାତ୍ରୀ ରଶ୍ମିତାଙ୍କୁ ପୁନଃ ରୋଟାରୀ କ୍ଲବର ସହାୟତା

Odisha Lekha August 7, 2026
ସ୍ୱତନ୍ତ୍ର ଖବର

ଅଗଷ୍ଟ ୫ରେ ଆସନ୍ତୁ:ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ:ସାମ୍ବାଦିକ ଭବନ

Odisha Lekha August 2, 2026
ସ୍ୱତନ୍ତ୍ର ଖବର

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାରାଥନ ଉଦଘାଟନ: ମାଡ଼ ଖାଇଲା ଓଡ଼ିଆ ଅସ୍ମିତା:ଜୋତା ପିନ୍ଧି ନଡ଼ିଆ ଭାଙ୍ଗିଲେ ସାଂସଦ

Odisha Lekha July 19, 2026
ସ୍ୱତନ୍ତ୍ର ଖବର

ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

Odisha Lekha July 14, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?