ନୟାଗଡ଼, (ଓଡ଼ିଶା ଲେଖା): ଲାଗିରହିଛି ଉଲ୍ଲାସ ଓ ଉଦ୍ଦୀପନା । ଆଜି ପ୍ରକାଶ ପାଇଛି ଓପିଏସସି ପରୀକ୍ଷା ଫଳ । ସାରା ରାଜ୍ୟରେ 398ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 37ନମ୍ବର ସ୍ଥାନ ପକ୍କା କରିଛନ୍ତି ରଣପୁରର ସାଇ ରମଣ ପାତ୍ର । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗାଁର ସାଇ ରମଣ ପାତ୍ର ପିଲାଟି ଦିନରୁ ପାଠ ପଢ଼ାରେ କଠିନ ପରିଶ୍ରମ କରି ଆସୁଥିଲେ । ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବରେ ପରିଣତ ହୋଇଛି । ଓଡ଼ିଶା ପବ୍ଲିକ ସିଭିଲ ସର୍ଭିସ ପରୀକ୍ଷାରେ ଭଲ ମାର୍କ ରଖି 37ନମ୍ବର ରଖି ଓଏଏସ ସ୍ଥାନ ପକ୍କା କରିଛନ୍ତି । ପ୍ରକାଶିତ ପରୀକ୍ଷା ଫଳକୁ ପରିବାର ଲୋକ ଖୁସି ବ୍ୟକ୍ତ କରିବା ଆନନ୍ଦ ଉଲ୍ଲାସରେ ଫାଟି ପଡିଛନ୍ତି । ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି କହିଲେ ନସରେ । ଏହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ସାଇ ରମଣଙ୍କ ଉତ୍ତରତୋର କାମନା କରିଛନ୍ତି । ସେହିପରି ବିଜେପି ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ମଧ୍ୟ ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି ।


